Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପକାମୁଡାକୁ ସାବଧାନ, କେନ୍ଦୁଝରରେ ପୁଣି ଏକ ସର୍ପାଘାତ ମୃତ୍ୟୁ !

କେନ୍ଦୁଝର : ୩୧/୦୮ : କେନ୍ଦୁଝର ଜିଲ୍ଲାରେ ସର୍ପାଘାତ ସ୍ଥିତି ଉଦବେଗଜନକ ହେବାରେ ଲାଗିଥିବା ବେଳେ ପୁଣି ଏକ ସାପକାମୁଡା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ସଦର ବ୍ଲକ୍ ମହାଦେଈଯୋଡା ପଞ୍ଚାୟତ ମଦରଙ୍ଗାଯୋଡ଼ି ଗାଁର ବାସନ୍ତୀ ମୁଣ୍ଡା ସର୍ପାଘାତରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ସେ ଘରେ ଶୋଇଥିବା ସମୟରେ ହଠାତ୍ ସକାଳୁ ଗୁରୁତର ହୋଇପଡ଼ିଥିଲେ, ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ୍ ନେବା ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ପହଞ୍ଚୁ ପହଞ୍ଚୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଗତ କିଛି ମାସ ହେଲା କେନ୍ଦୁଝରରେ ସାପକାମୁଡା ଘଟଣା ବଢିବାରେ ଲାଗିଛି । ଗୁଣିଗାରେଡି, ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସାପକାମୁଡା ରୋଗୀ ଠିକ ସମୟରେ ଡାକ୍ତରଖାନା ପହଞ୍ଚି ପାରୁନଥିବାରୁ ମୃତ୍ୟୁସଂଖ୍ୟା ବଢୁଥିବା କୁହାଯାଉଛି ।
ଦେବୀଶଂକର ଦାଶଙ୍କ ରିପୋର୍ଟ, ଓଡ଼ିଶା ଡଟ୍ ନ୍ୟୁଜ୍

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ