Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରେ ଶ୍ରୀରାମ ଭକ୍ତଙ୍କୁ ରାକ୍ଷୀ ଓ ମିଷ୍ଟାନ୍ନ ପହଞ୍ଚେଇଲା ବିଜେପି ମହିଳା ମୋର୍ଚ୍ଚା

ସମ୍ବଲପୁର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫ ରୁ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଥିଲା । ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମୀ ଓ ପଦାଧିକାରୀ ଙ୍କୁ ରାକ୍ଷୀ ବାନ୍ଧିଲା ପାରେ ମହିଳା ମୋର୍ଚ୍ଚା କର୍ମୀ ପହଞ୍ଚି ଥିଲେ ସମ୍ବଲପୁର ଜେଲ୍ ରେ । ଚଳିତ ବର୍ଷ ପବିତ୍ର ହନୁମାନ ଜୟନ୍ତି ସମୟରେ ହୋଇଥିବା ଅଘଟଣା କୁ ନେଇ ଗିରଫ ହୋଇ ଜେଲ ରେ ଥିବା ଶ୍ରୀରାମ ଭକ୍ତ ମାନଙ୍କୁ ରାକ୍ଷୀ ପିନ୍ଧେଇବା ଉଦ୍ଦେଶ୍ୟ ରେ । ଜେଲ୍ କତୃପକ୍ଷ ହନୁମାନ ଜୟନ୍ତି ସମନ୍ଵୟ ସମିତି ର ସାଧାରଣ ସମ୍ପାଦକ ସମିର ରଞ୍ଜନ ବବୁ ଙ୍କୁ ମୁଖ୍ୟ ଦ୍ଵାର ପାଖକୁ ଡାକିଥିଲେ । ମହିଳା ମୋର୍ଚ୍ଚା ର ସଦସ୍ୟା ଗଣ ସମସ୍ତ ଶ୍ରିରାମ ଭକ୍ତ ଙ୍କ ପାଇଁ ସାଙ୍ଗରେ ନେଇଥିବା ରାକ୍ଷୀ ଓ ମିଷ୍ଟାନ୍ନ କୁ ଶ୍ରିଵାବୁ ଙ୍କ ହାତରେ ଭିତରକୁ ପଠେଇ ଦେଇ ଫେରି ଆସିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରି ଅନ୍ନପୂର୍ଣ୍ଣା ବାରିକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସମେତ ରୁନୁ ପ୍ରଧାନ, ପ୍ରଭାସିନୀ ଦାଶ, ବିଦ୍ୟୁତପ୍ରଭା ଯୋଶୀ, ରିଙ୍କି ସାହୁ, ଅନୁଶୟା ସାମଲ, ସୁରମା ପୋଢ଼, ଲକ୍ଷ୍ମୀପ୍ରିୟା ସାହୁ, ଶିବ ଦିୱାନ୍, ସୋମିତ୍ର ଜତି, ସନ୍ତୋଷ ଡାଲୁଆ, ଚିତ୍ତ ଭୋଇ, ସୁଜୟ ପାଣିଗ୍ରାହୀ, ଗୁର୍ଦିପ୍ ଗିଲ୍ ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories