ସିଆରଇଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ନାରୀଶକ୍ତି


ସମ୍ବଲପୁର:ଭାରତୀୟ ସଂସ୍କୃତି ରେ ଭାଇ ଭଉଣୀର ସମ୍ପର୍କ ଅତୁଳନୀୟ । ଏହି ସ୍ନେହ ପ୍ରେମ ଭରା ପୁଣ୍ୟ ପବିତ୍ର ବନ୍ଧନକୁ ଆହୁରି ମଜବୂତ କରିଥାଏ ରକ୍ଷା ବନ୍ଧନ ଭଲି ମହାନ୍ ପରମ୍ପରା ।
ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି, ପରମ୍ପରା କୁ ଆହୁରି ଋଦ୍ଧିବନ୍ତ ଓ ସାଣିତ କରିବାର ପ୍ରଚେଷ୍ଟା ସହ ପଶ୍ଚିମାଞ୍ଚଳ ର ଅଧିକାର ପାଇଁ ଲଢେଇ କରି ଆସୁଥିବା ଅଞ୍ଚଳର ଅଗ୍ରଣି ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ଚଳିତ ବର୍ଷ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ଏକ ନିଆରା ଢଙ୍ଗରେ ପାଲନ କରିଛି ।
ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଗୋଶାଳା ସ୍ଥିତ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର କୁ ଯାଇ ଜବାନ ମାନଙ୍କ ହାତରେ ସମ୍ବଲପୁରୀ ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ନାରୀଶକ୍ତି ର ସଦସ୍ୟା ମାନେ ।
ଜବାନ ମାନେ ନିଜ ପରିବାର ଠାରୁ ଦୁରରେ ରହି ଦେଶପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଦେଶ ର ସୀମା କୁ ସୁରକ୍ଷିତ ରଖିବା ସହିତ ଦେଶବାସୀ ଙ୍କ ଧନ ଜିବନ ରକ୍ଷା ପାଇଁ ବଲିଦାନ ଦେଉଛନ୍ତି । ସେଥିପାଇଁ ସେମାନଙ୍କ ହାତ ରେ ରାକ୍ଷୀ ବାନ୍ଧି ପାରିବାରିକ ଓ ଆତ୍ମିୟତା ର ଭାବନା ସ୍ରୁଷ୍ଟି କରିବା ପାଇଁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ମହିଳା ସଦସ୍ଯା ମାନେ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।
ରାଷ୍ଟ୍ରଭକ୍ତି ର ଏଇ ପୁଣ୍ୟ ପବିତ୍ର କାର୍ଯ୍ୟକ୍ରମ୍ ରେ ଡେପୁଟି କମାଣ୍ଡେଷ୍ଟ ପର୍ଶୁରାମ କୁଣ୍ଡୁ ଓ ଏସିଷ୍ଟେଣ୍ଟ କମାଣ୍ଡେଷ୍ଟ୍ ସୁଶାନ୍ତ ସାହୁ ସାମିଲ ହୋଇ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ କୁ ସ୍ବାଗତ କରିଥିଲେ । ନାରୀଶକ୍ତି ର ସଦସ୍ୟା ମାନେ ଫୁଲ ସିନ୍ଦୁର ଏବଂ ଦୀପ ଦେଇ ପୁଜାର୍ଚନା କରିବା ପରେ ସମ୍ବଲପୁରୀ କପଡାରେ ତିଆରି ରାକ୍ଷୀକୁ ଜବାନ ମାନଙ୍କ ହାତରେ ବାନ୍ଧି ଥିଲେ । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ସହ ରାଷ୍ଟ୍ର ପ୍ରେମକୁ ନେଇ କରୁଥିବା ଅଭିନବ ପ୍ରୟାସକୁ ଡେପୁଟି କମାଣ୍ଡର ପ୍ରଶଂସା କରିଥିଲେ ।
ଆଜିର ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ୍ ରେ ସଂଯୁକ୍ତା ପ୍ରଧାନ, ସ୍ୱସ୍ତିକା ନାୟକ, ଝୁନୁ ତ୍ରିପାଠୀ , କାନ୍ତି ମେହେର, ପଙ୍କଜିନୀ ବୈଠାରୁ, ସୁଜାତା ଗୁରୁ , ସଂଯୁକ୍ତା ଆଚାର୍ଯ୍ୟ, ମଞ୍ଜୁଲତା ପଣ୍ଡା, ପଙ୍କଜିନୀ ମେହେର ପ୍ରମୁଖ ସାମିଲ ହୋଇ ଥିଲେ ।
କାର୍ଯ୍ୟକ୍ରମ ଆୟୋଜନ ରେ ଶରତ ବହିଦାର, ଶଙ୍କର ମେହେର, ମନୋଜ ସାହୁ, ସଞ୍ଜୀବ ଠାକୁର, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି ଏବଂ ଆବାହକ ଭବାନୀଶ ଭୋଇ*ସହଯୋଗ କରିଥିଲେ ।