Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାଧର ସାହିତ୍ୟରେ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଷ୍ପୁଟିତ ହୋଇ ରହିଛି

ସମ୍ବଲପୁର(ବଡତୁରାଙ୍ଗ):ବିଶେଷତ ନାରୀ ଚରିତ୍ର ପ୍ରତି ଧ୍ୟାନ ନିବିଷ୍ଟ ହେଲେ ଗଙ୍ଗାଧର ମେହେରଙ୍କ ଚିନ୍ତା ଚେତନା ଭିତରେ ସ୍ୱତଃ ଦାମ୍ପତ୍ୟ ପ୍ରେମର ଅମନ୍ଦ ମନ୍ଦାକିନୀର ଧାରାଟିଏ ପ୍ରବାହିତ ହୋଇଥିବାର ଲକ୍ଷ କରାଯାଏ।ପ୍ରୀତିର ପ୍ଲାବନରେ ପ୍ଲାବିତ ହୋଇଛନ୍ତି ଚରିତ୍ର ରାଜି।କବିଙ୍କ ନାରୀ ଚରିତ୍ର କେଉଁଠି ସହନଶୀଳତା ମମତାମୟୀ ତ କେଉଁଠି ପ୍ରେମ ତରଙ୍ଗିଣୀ ତ ଆଉ କେଉଁଠି ପ୍ରଭୂ ଆଜ୍ଞା ପାଳନକାରୀ ଭିନ୍ନମତାର ସ୍ୱାଦ ବାରି ହୋଇପଡେ। ଗଙ୍ଗାଧରଙ୍କ “ରସ ରତ୍ନାକର” ଠାରୁ “ଭାରତ ଭାବନା” ପର୍ଯ୍ୟନ୍ତ ବହୁ ଚରିତ୍ର ସଞ୍ଚରଣଶୀଳ ଓ ଜୀବନଧର୍ମୀ,ପ୍ରାଣସ୍ୱର୍ଶ୍ୱୀ ସହିତ ଭାବ ମାଧୁର୍ଯ୍ୟ। ସାମ୍ପ୍ରତିକ ସମାଜ ଗଠନ ଦିଗରେ କବିଙ୍କ କଳ୍ପିତ ଚାରିତ୍ରିକ ବୈଶିଷ୍ଟ୍ଯ କେବଳ ମାର୍ଗଦର୍ଶନ ହୋଇନି ବରଂ ମହିଳା ସଶକ୍ତିକରଣର ମଧ୍ୟ ବାର୍ତ୍ତା ଦେଉଛି ବୋଲି ଆଜି ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ବଡତୁରାଙ୍ଗ ଠାରେ ଗଙ୍ଗାଧରଙ୍କ ଷଷ୍ଟ ତମ ଜୟନ୍ତୀ ସଭାରେ ବକ୍ତା ମାନେ ମତ ପୋଷଣ କରି ମେହେର ସାହିତ୍ୟ ପଟ୍ଟାନ୍ତର ନାହିଁ ବୋଲି କହିଛନ୍ତି।
ଭୁଲିଆ ସମାଜ ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାରେ ଡାକ୍ତର ରାଜକୁମାର ବଡପଣ୍ଡା ମୁଖ୍ୟ ଅତିଥି,ଗୀତିକାର ଅଧ୍ୟାପକ ଜତିନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା,ଭୁଲିଆ ସମାଜ ଝାରସୁଗୁଡା ସଂଯୋଜକ ପବିତ୍ର ମେହେର ସମ୍ମାନୀତ ଅତିଥି ଓ ଡାକ୍ତର ରାଜାରାମ ଷଡଙ୍ଗୀ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କୁ ସଂଘର୍ଷର ସାରଥୀ,ବ୍ରହ୍ମା,ଈଶ୍ୱର,ଅମଳିନ ବ୍ୟକ୍ତିତ୍ୱ,ନାରୀ ସଶକ୍ତି କରଣର କର୍ଣ୍ଣଧାର,ପ୍ରାଚୟ ପରମ୍ପରାର ସୃଜନଶୀଳ ସ୍ରଷ୍ଟା ଭାବେ ଅବିହିତ କରିଥିଲେ। ସମାଜ ସଭାପତି ସଞ୍ଜୟ ମେହେରଙ୍କ ଅଧ୍ୟକ୍ଷତା ଓ କିଶୋର ମେହେରଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ପ୍ରଜ୍ଜଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭା ପ୍ରାରମ୍ଭରେ ବର୍ଷା,ବୈଶାଲୀ,ଜ୍ୟୋତି,ସ୍ୱୀଟି ଓ ରାଣୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ପରିଧି ମେହେର,ସିଦ୍ଧିସ୍ମିତା ମେହେର ପ୍ରମୂଖଙ୍କ ସହିତ ସ୍ୱୟଂ ଏକାଡେମୀ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହାକୁ ଦାମୋଦର ମେହେର,ଶିବ ମେହେର,ଭୋଜରାଜ ମେହେର,ଶଙ୍କର ମେହେର,ପୁଟୁରୁ ମେହେର,ବିଜୟ ମେହେର ପ୍ରମୂଖ ପରି ଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ଶର୍ମା, ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର,ସମିତି ସଦସ୍ୟ ପ୍ରଫୁଲ୍ଲ ମଗର,ସାମ୍ବାଦିକ ସୁବାଷ ନାଥ ଶର୍ମା, ଦୁଷ୍ମନ୍ତ ନାଥ ଶର୍ମା,ଆଶୁତୋଷ ପଣ୍ଡା,ଦେବାନନ୍ଦ ଭୋସାଗର ପ୍ରମୂଖ ବିଶିଷ୍ଟ ଅତିଥି ଉତ୍ସବରେ ଯୋଗଦାନ କରିଥିଲେ।