Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ର ଉପଦେଷ୍ଟା ଙ୍କ ପରଲୋକ

ସମ୍ବଲପୁର: ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ର ପୂର୍ବତନ ସଭାପତି, ଉପଦେଷ୍ଟା, ସମାଜ ସେଵୀ,ଯୋଗଗୁର, ଉଦୟ ଚନ୍ଦ୍ର ସାହୁଙ୍କ ଆଜି ଭୋର ଘ ୦୫. ୦୦ଣ୍ଟା ସମୟ ରେ ବୁର୍ଲା ଡାକ୍ତରଖାନା ଚିକିତ୍ସିତ ଅବସ୍ଥା ଦେହାନ୍ତ ହୋଇ ଯାଇଥିଲା l ମର ଶରୀର ତାଙ୍କର ଗଣେଶ ନଗର ସ୍ଥିତ ବାସଭବନ ରେ ପହଁଚି ଲା ପରେ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ସହ ବରିଷ୍ଠ ନାଗରିକ ପରିଷଦ ର ସଭାପତି ଅନ୍ତର୍ଯ୍ୟାମୀ ପାଣି, ପୂର୍ଵ ତନ ବିଧାୟକ, ପୂର୍ବତନ ସଭାପତି ଦୁର୍ୟୋଧନ ଗରଡିଆ, ଶରତ ସାହୁ, ମହେନ୍ଦ୍ର ପାଣିଗ୍ରାହୀ, ସମ୍ପଦକ ପୀତବାସ ତଣ୍ଡକାର, ସାଲେଗାମା ସାହୁ, ଅମିନ ସାହୁ, ରାଜରାମ ମାହାଣା, ସାନ୍ତୁନ ମିଶ୍ର, ପ୍ରମୁଖ ପାର୍ଥବ ଶରୀର ରେ ପୁଷ୍ପ ମାଲ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ହନୁମାନ ମନ୍ଦିର, ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା l ସମାଜ ସେଵା ବ୍ୟତୀତ ପତଞ୍ଜଳି ଅନୁଷ୍ଠାନ ର ଯୋଗ ଗୁରୁ ଭାବରେ ରେଙ୍ଗାଲି ବ୍ଲକ ର ଦାଇତ୍ୱ ରେ ଥିଲେ l ତାଙ୍କ ର ବିଯୋଗ ରେ ଅଞ୍ଚଳ ରେ ଶୋକ ର ପରିସ୍ଥିତି ସୃଷ୍ଟି ହୋଇଛି i ଗ୍ରାମ ର ଶ୍ୱାସନ ରେ ତାଙ୍କ ଏକ ମାତ୍ର ପୁତ୍ର ସଂଜୀବ ସାହୁ ( ମୁନା) ମୁଖଗ୍ନୀ ଦେଇ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ