ସମ୍ବଲପୁରରେ ଦୁର୍ନୀତି ନିବାରଣ ସପ୍ତାହ –୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ
ସମ୍ବଲପୁର: ଜିଲ୍ଲାରେ “ଦୁର୍ନୀତି ନିବାରଣ ସପ୍ତାହ–୨୦୨୫ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସପ୍ତାହ ୨୭ ଅକ୍ଟୋବରରୁ ୦୨ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ। ଏବର୍ଷର ଥିମ୍ ହେଉଛି “ ଦୁର୍ନୀତି ନିବାରଣ– ଆମର ସମୂହିକ ଦାୟିତ୍ୱ ”।
ଏହା ସମ୍ବନ୍ଧରେ ଏକ ପ୍ରସ୍ତୁତି ସଭା ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା, ଯେଉଁଠାରେ ପୁଲିସ ଅଧିକ୍ଷକ (ଭିଜିଲାନ୍ସ) ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ , ସିଡିଓ–କମ୍–ଇଓ, ଜିଲ୍ଲା ପରିଷଦ ପ୍ରସନ୍ନ ପାତ୍ର ଓ ଜିଲ୍ଲା ସ୍ତର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ସଭାରେ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ନିଷ୍ଠା, ପାରଦର୍ଶିତା ଓ ଦାୟିତ୍ୱବୋଧ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା। ୨୭ ଅକ୍ଟୋବର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନିଷ୍ଠା ସପଥ ଗ୍ରହଣ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା , କୁଇଜ, ଚିତ୍ରାଙ୍କନ, କ୍ୟାପସନ ସହ କାର୍ଟୁନ, ଲେଖନ ପ୍ରତିଯୋଗିତା ଆୟୋଜିତ ହେବ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ପ୍ରସାର ପାଇଁ ରାଲି କରାଯିବ, ଏହାସହିତ ନାଟକ (ଷ୍ଟ୍ରିଟ୍ ପ୍ଲେ) ମାଧ୍ୟମରେ ସତର୍କତାର ସନ୍ଦେଶ ପ୍ରସାରିତ ମଧ୍ୟ କରିବା ପାଇଁ ନିର୍ଦ୍ଦାରଣ କରାଯାଇଛି।

