Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୈନାପଡାରେ ଗଙ୍ଗାଧର ଜୟନ୍ତୀ ସହ ବୃକ୍ଷରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସ୍ଥିତ ମୈନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭଗବତୀ ପଟେଲଙ୍କ ସଭାପତିତ୍ୱରେ ଆଜି ପୂର୍ବାହ୍ନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଦୃଷ୍ଟିରେ ପ୍ରକୃତି ଚେତନା ଉପରେ ଆଲୋଚନା କରିଥିଲେ।କବିୟତ୍ରି ତୁଳସୀ ମଞ୍ଜରୀ ବହିଦାର ମୁଖ୍ୟବକ୍ତା ଭାବରେ ଯୋଗଦେଇ ମେହେର କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବାମରାର କବିୟତ୍ରି ରେବତୀ ନାଏକ ସ୍ୱାଗତ ଭାଷଣ ସହ ସ୍ବରଚିତ କବିତା ମାଧ୍ୟମରେ କବିଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ। କବି ରବୀନ୍ଦ୍ର ଦାସ ମଧ୍ୟ ମେହେର କବିତା ପାଠ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସରିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପ୍ରିତମ, ସୌମ୍ୟ ରଂଜନ, ତନୁଶ୍ରୀ, କବିରାଜ ଛାତ୍ରୀଛାତ୍ର ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଅତିଥି ମାନଙ୍କ ସହ ୨୦ ଟି ଚାରା ରୋପଣ କରିଥିଲେ।