Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଫଳ ଚାରା ରୋପଣର ଶୁଭାରମ୍ଭ

ସମ୍ବଲପୁର(ପରମାଣପୁର):ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା,ବରଗଡ ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଫଳ ଚାରା ରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି। ଏସବିଆଇ, ଭୁବନେଶ୍ବର ସିଏସଆର ଅନ୍ତର୍ଗତ ଏହି ୪ ଜିଲ୍ଲାରେ ୧୦ ହଜାର ଫଳ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମ ପର୍ଯ୍ୟାୟରେ ପରମାଣପୁର ଆଦର୍ଶ ବିଦ୍ୟାଳୟ ଓ କୁଚିଣ୍ଡା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ୧ ହଜାର ଚାରା ରୋପଣ କରାଯାଇ ଏହାର ଉଦଘାଟନ କରାଯାଇଛି।ଉଭୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତା ଓ ନେତୃତ୍ୱରେ ଆୟୋଜିତ ଚାରା ରୋପଣ ଉତ୍ସବରେ ଏସବିଆଇ ଡିଜିଏମ୍ ମନମୋହନ ସ୍ୱାଇଁ ମୁଖ୍ୟଅତିଥି,ଏଜିଏମ ରବିନ୍ଦ୍ର କୁମାର ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଉପାଦେୟତା ସଂପର୍କରେ ଆଲୋଚନା କରି ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରିବେଶ ସଂପର୍କିୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ସହିତ ପରିବେଶ ସୃଷ୍ଟି ନେଇ ଶିକ୍ଷାର୍ଥୀ ମାନଙ୍କୁ ଶପଥ ପାଠ କରାଇଥିଲେ । କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ପରମାଣପୁର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଛୁରୀଆ,କୁଚିଣ୍ଡା ଅଧ୍ୟକ୍ଷ ଚକ୍ରଧର ମାଝୀ,ସାର୍କ ସଂପାଦକ ଅଶୋକ କୁମାର ପାଣିଗ୍ରାହୀ,ସଂଯୋଜକ ମଧୁସୂଦନ ଚଇନୀ,ସଞ୍ଜିବ କୁମାର ସାହୁ,ମଙ୍ଗଳୁ ଷଣ୍ଢ ପରିଚାଳନା କରିଥିଲେ। ଏଥିରେ ଉଭୟ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମିଳିତ ହୋଇ ଫଳ ଚାରା ରୋପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ