Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ସମାରୋହ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ସ୍ଥିତ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ସାହିତ୍ୟ ସାଂସଦ ପକ୍ଷରୁ ଅଧ୍ୟକ୍ଷ ଡ଼ ଅଶୋକ କୁମାର ମେହେରଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଏହି ମହା ବିଦ୍ୟାଳୟରୁ ଅବସର ପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ହରିଶଚନ୍ଦ୍ର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ କବିଙ୍କ ଲେଖାରେ ଥିବା ପ୍ରକୃତି ପ୍ରେମ ଓ ଦେଶାତ୍ମବୋଧକ ଭାବର ବର୍ଣ୍ଣନା କରିଥିଲେ।ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା କୁଚିଣ୍ଡା ସମ୍ବାଦ ସାହିତ୍ୟ ଘର ସଭାପତି ସୁବାଷ ଚନ୍ଦ୍ର ନାୟକ ମୁଖ୍ୟତଃ କବିଙ୍କ ସାହିତ୍ୟରେ ଥିବା ପ୍ରକୃତି ସଚେତନତା ସଂପର୍କରେ ବର୍ଣ୍ଣନା କରିବା ସହ ତାଙ୍କ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କରି ଶ୍ରଦ୍ଧାଂଜଳି ଜଣାଇବାକୁ ସଂକଳ୍ପ କରିଥିଲେ। ପ୍ରାରମ୍ଭରେ ସଂସଦର ଉପଦେଷ୍ଟା ଓଡ଼ିଆ ବିଭାଗ ଅଧ୍ୟାପିକା ସବିତା ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ଇଂରେଜୀ ବିଭାଗ ଅଧ୍ୟାପକ ଶ୍ୟାମସୁନ୍ଦର ସାହୁ ଅତିଥି ପରିଚୟ ପ୍ରଦାନ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ତିନି ଜଣ ପ୍ରକୃତି ବନ୍ଧୁ ଶ୍ରୀ ନାୟକଙ୍କ ସମେତ ରବୀନ୍ଦ୍ର ଦାସ, ତୁଳସୀ ମଞ୍ଜରୀ ବହିଦାର, ଅବସର ପ୍ରାପ୍ତ ରେଞ୍ଜର ପ୍ରଶାନ୍ତ ଶତପଥୀ, ରେବତୀ ପଟେଲ,ଉଦୟ ଚନ୍ଦ୍ର ଦ୍ବିବେଦୀ ଆଦିଙ୍କ ପରିଚାଳନାରେ କଲେଜ ପରିସରରେ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ୩୦ ଟି ଚାରା ରୋପଣ କରିବାର ବ୍ୟବସ୍ଥା କରିଥିଲେ।