Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନକୁ ରେଙ୍ଗାଲି ବିଧାୟକଙ୍କ ସମର୍ଥନ

ସମ୍ବଲପୁର: ରାଜ୍ୟ ରେ ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଓ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କୁ ନେଇ ସମଗ୍ର ରାଜ୍ୟରେ ୭ ଟି ସ୍ଥାନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଳିଛି । ସମ୍ବଲପୁର ମାଝିପାଲି ଠାରେ ଥିବା ହୋମିଓପାଥିକ ମହାବିଦ୍ୟାଳୟର ଆୟୁଷ ଡାକ୍ତର ମାନେ ଏହି ଆନ୍ଦୋଳନ ଜାରୀ ରଖିଛନ୍ତି । ଆନ୍ଦୋଳନର ତୃତୀୟ ଦିନରେ ଆଜି ସେମାନଙ୍କର ଆନ୍ଦୋଳନ କୁ ସମର୍ଥନ ଜଣେଇବା ପାଇଁ ପହଞ୍ଚି ଥିଲେ ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାୟକ । ଆନ୍ଦୋଳନରତ ଛାତ୍ରଛାତ୍ରୀ ଙ୍କ ସହିତ ଧାରଣାରେ ବସିଥିଲେ ।
ଆନ୍ଦୋଳନରେ ଯୋଗ ଦେଇ ବିଧାୟକ ନାଉରୀ ନାୟକ କହିଛନ୍ତି ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଭାବରେ ଶାସନ କଳା ପରେ ମଧ୍ଯ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ଦେବାରେ ଏଇ ସରକାର ଅସଫଳ ରହିଛନ୍ତି। ସ୍ବାସ୍ଥ୍ୟ ସେବା ଭଳି ଏକ ଜରୁରିକାଳୀନ ଓ ଗୁରୁତ୍ୱପୂର୍ଣ୍ଣ ସେବା ରେ ମଧ୍ଯ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।କେନ୍ଦ୍ର ସରକାର ସମଗ୍ର ଦେଶର ଆୟୁଷ ଡାକ୍ତର ଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ଓଡିଶା ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛି। ରାଜ୍ୟ ରେ ହଜାର ହଜାର ଆୟୁଷ ଡାକ୍ତର ଶିକ୍ଷା ଲାଭ କରି ବେକାରୀ ବସିଥିବା ବେଳେ, ରାଜ୍ୟ ସରକାର ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରି, ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ପାରୁ ନାହାଁନ୍ତି । ରାଜ୍ୟ ରେ ଶେଷ ଥର ପାଇଁ ୨୧ ବର୍ଷ ପୁର୍ବରୁ ଖୁବ୍ କମ୍ ପଦବୀ ଭର୍ତ୍ତି ହୋଇଥିବା ବେଳେ ଆଜି ଯାଏଁ ଆଉ ପଦବୀ ସୃଷ୍ଟି କରାଯାଇ ନାହିଁ କି ନିଯୁକ୍ତି ଦିଆଯାଇ ନାହିଁ ।
ଏହା ସହିତ ରାଜ୍ୟ ରେ ମୋଟ ୫୬୨ଟି ହୋମିଓପାଥିକ ଓ ୬୧୯ଟି ଆୟୁର୍ବେଦିକ ଡାକ୍ତରଖାନା ରହିଛି । କିନ୍ତୁ ଦୁଃଖର ବିଷୟ ସମସ୍ତ ପ୍ରସଙ୍ଗ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ଯ ସରକାର ଚିରାଚରିତ ଢଙ୍ଗରେ ତାଙ୍କର ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ଏହି ୧୧୮୧ ଗୋଟି ଡାକ୍ତରଖାନ ମଧ୍ୟରୁ ୮୦ ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବାବେକେ ମାତ୍ର ୨୦ପ୍ରତିଶତ ପଶ୍ଚିମାଞ୍ଚଳ ରେ ରହିଛି । ଯାହାକି ସବୁଠାରେ ପଦବି ଖାଲି।
ଏଣୁ ରାଜ୍ୟ ରେ ଆନ୍ଦୋଳନରତ ଆୟୁଷ ଡାକ୍ତର ଙ୍କ ସମସ୍ତ ଦାବିକୁ ଯଥୋଚିତ୍ ସମ୍ମାନ ଦେଇ ଦାବି ପୂରଣ ଦିଗରେ ପ୍ରୟାସ କରିବା ଆବଶ୍ୟକ ରହିଛି।
ଓଡ଼ିଶା ବିଧାନସଭାର ଆସନ୍ତା ଅଧିବେଶନ ସୁଦ୍ଧା ଦାବୀ ପୂରଣ ନ ହେଲେ, ସେ ବିଧାନସଭାରେ ଏହି ଦାବୀ କୁ ନେଇ ଦୃଢ଼ ଶଦ୍ଦରେ ସ୍ୱରଉତ୍ତୋଲନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଶ୍ରୀ ନାୟକଙ୍କ ସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ହୋତା’ଶାସନ ମଣ୍ଡଳ ସାଧାରଣ ସମ୍ପାଦକ ମଣ୍ଟୁ ଭୋଇ ଓ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଏଥିରେ ସାମିଲ ଥିଲେ ।