Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଣଙ୍କ ପାଇଁ ଘୁସୁରିଆବାହାଲ ଅଶାନ୍ତ, ଗ୍ରାମବାସୀ ଥାନାର ଦ୍ୱାରସ୍ଥ, ଅଙ୍ଗନୱାଡି କେନ୍ଦ୍ର ଠପ୍

ସମ୍ବଲପୁର(ମେଘପାଳ):ଜଣଙ୍କ ପାଇଁ ଦିନକୁ ଦିନ ମେଘପାଳ ପଞ୍ଚାୟତର ଘୁସୁରିଆବାହାଲ ଅଶାନ୍ତ ହେବାକୁ ନେଇ ଆଜି ସଂପୁର୍ଣ୍ଣ ଗ୍ରାମବାସୀ ଯୁଯୋମୁରା ଥାନାର ଦ୍ୱାରସ୍ତ ହୋଇଥିବା ଭଳି ଖବର ମିଳିଛି।ଗ୍ରାମବାସୀଙ୍କ ଅଭିଯୋଗ ହେଲା ଭବାନୀ ଶଙ୍କର ବେହେରା ନାମକ ଜନୈକ ୩୫ ବର୍ଷିୟ ଯୁବକ ଗାଁକୁ ହଲେଇ ଦେଉଛି। କେତେବେଳେ କାହାକୁ କି ପ୍ରକାର ଧମକ ଚମକ୍ ଦେଉଛି ସେବି ଜାଣିପାରୁନି । ଅଞ୍ଚଳରେ ତାରି ପାଇଁ ଚୋରୀ ଡକାୟତି ଓ ବିଶୃଙ୍ଖଳା ଦିନକୁ ଦିନ ବଢିବାରେ ଲାଗିଛି। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ନାମରେ ଯୁଯୋମୁରା ଥାନାରେ ଏକାଧିକ ମାମଲା ରହିଥିଲେବି ଥାନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନରେ ଶିଥିଲ ମନୋଭାବ ଯୋଗୁଁ ନିଜର ଆଧିପତ୍ୟ ଦେଖାଇ ଭବାନୀ ଗ୍ରାମକୁ ଅଶାନ୍ତିର ବାତାବରଣରେ ରଖି ସଂହତିକୁ ପୁରା ଚୁରମାର କରିଦେଲାଣି । ଯାହା ଫଳରେ ଗାଁ ଲୋକ ନିଜ ଶୈଶବ ପିଲାଙ୍କୁ କାଳେ କିଛି ଅଘଟଣ ଘଟିବା ଆଶଙ୍କାରେ ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଛାଡୁନାହିନ୍ତି। ସୂଚନା ଯୋଗ୍ୟଯେ ଅଭିଯୁକ୍ତଙ୍କ ସ୍ତ୍ରୀ ଏହି କେନ୍ଦ୍ରର ଦାୟିତ୍ୱରେ ରହିଛନ୍ତି । ସେ ମଧ୍ୟ ଏଭଳି ଘଟଣାକୁ ନେଇ ନିଜର ଅସହାୟତା ପ୍ରକାଶ କରୁଥିବା ବେଳେ ବର୍ତ୍ତମାନକୁ ଅଙ୍ଗନୱାଡି କେନ୍ଦ୍ର ଠପ୍ ହୋଇଯାଇଛି । ଏଥି ସତ୍ତ୍ୱେ ସ୍ଥାନୀୟ ଥାନାର ନିଦ ଭାଙ୍ଗିନି। ଅଭିଯୁକ୍ତ ନାମରେ ଅନେକ ମାମଲା ଗଡୁଥିଲେବି ପୋଲିସର ନୀରବଦ୍ରଷ୍ଠା ମନୋଭାବ ଯୋଗୁଁ ଘୁସୁରିଆବାହାଲ ଅଶାନ୍ତ ଆଡକୁ ଗତି କରିବାକୁ ବସିଲାଣି । ଥାନାରେ ଆଜିର ମାମଲାକୁ ନେଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗ୍ରାମବାସୀ ଏକାଠି ହୋଇ ସଂପୃ୍କ୍ତ ପରିବାରକୁ ଗାଁର ସାମାଜିକ ଦିଗରୁ ଦୂରେଇ ରଖିବେ ବୋଲି ଚେତାବନି ଶୁଣାଇଛନ୍ତି । ଥାନାରେ ମାମଲା ଦେବାନେଇ ଆଜି ଗ୍ରାମବାସୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏକଦା ମାଓ ଗଡରେ ଦୁର୍ନାମ ଅର୍ଜନ କରିଥିବା ଓ ବର୍ତ୍ତମାନକୁ ଏକ ସଶକ୍ତ ଓ ସଂହିତି ପୁର୍ଣ୍ଣ ପଞ୍ଚାୟତରେ ରୂପାନ୍ତରିତ ହେଉଥିବା ନେଇ ମେଘପାଳ ସରପଞ୍ଚ୍ ମମତା ପ୍ରଧାନ ଓ ସମିତି ସଦସ୍ୟା ଲିଲିମା ଧୁରୁଆ ମଧ୍ୟ ଏକାଧିକ ଦସ୍ତଖତ ସମ୍ବଳିତ ଗ୍ରାମବାସୀଙ୍କ ଏହି ଅଭିଯୋଗ ପତ୍ରରେ ଦସ୍ତଖତ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ନିଜର ଉପସ୍ଥିତିରେ ଅନୁରୋଧ କରିଛନ୍ତି।