Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ସାଂସଦ ଭାସ୍କର ରାଓଙ୍କମାତୃ ବିୟୋଗ ରେ ଗୁଡାରି ବିଜୁଜନତା ଦଳର ନେତା ମାନେ ଯୋଗଦାନ।

ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ଏନ.ଭାସ୍କର ରାଓଙ୍କ ମା’ ଶ୍ରୀମତି ରାମାୟାମ୍ମା ଗତ ଅଗଷ୍ଟ ୨୯ ତାରିଖ ଦିନ ଇହଧାମ ତ୍ୟାଗକରିଥିଲେ। ଏହି ବର୍ତା ପାଇବା ପରେ ଗୁଡାରୀ ବିଜୁ ଜନତା ଦଳର ସଦସ୍ୟ ଏବଂ କର୍ମି ମାନେ ବହୁତ ଦୁଃଖ ପ୍ରକାଶ କରିଥିଲେ। ଏହି ପରି ପେଖିରେ ଗତକାଲି ଗୁଡାରୀ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ସନ୍ତୋଷ ମହାନ୍ତି, ଜିଲ୍ଲା ବିଜେଡି ୟୁତ୍‌ ଉପସଭାପତି କେଦାର ସାହୁ ,ସମ୍ପାଦକ ଏମ.ପ୍ରସାଦା ଏନ.ଭାସ୍କର ବାବୁଙ୍କ ବିଶାଖାପାଟଣା ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ତାଙ୍କ ମା’ଙ୍କ ଫୋଟ ଚିତ୍ରରେ ପୁଷ୍ପାର୍ପଣ କରିଥିଲେ। ଜିଲ୍ଲା ଉପସଭାପତି ସନ୍ତୋଷ ମହାନ୍ତି କହିଛନ୍ତି, ବ୍ୟକ୍ତିଗତ ଭାବେ ଭାସ୍କର ସାରଙ୍କ ସହ ଆମର ସମ୍ପର୍କ ନିବିଡ଼ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ