ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ଥିତ ଶ୍ରୀ ପାତାଳୀ କ୍ଷେତ୍ର ଠାରେ ଗୁରୁବାର ନନ୍ଦ ଉତ୍ସବ ଦିବସରେ ଶ୍ରୀ ପାତାଳୀ କ୍ଷେତ୍ର ପରିଚାଳନା ପରିଷଦ ଏବଂ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ନବାନ୍ନ ଲଗ୍ନ ନିର୍ଦ୍ଧାରଣ ହୋଇଯାଇଛି । ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷି ପଞ୍ଚମୀ) , ବୁଧବାର ତଥା ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୮ ଟା ୧୩ ମିନିଟ ଗତେ ୮ ଟା ୨୭ ମିନିଟ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ଧନୁ ନବାଂଶେ ସପ୍ତମ କେନ୍ଦ୍ରରେ ବୃହସ୍ପତି ଓ ଦଶମ କେନ୍ଦ୍ର ରେ ଶୁକ୍ର ଅବସ୍ଥାନ ସମୟରେ ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ ବୋଲି ଲଗ୍ନ ଧାର୍ଯ୍ୟ କରା ଯାଇଛି । ଏହି ଲଗ୍ନକୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି , ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା , ଜ୍ୟୋତିର୍ବିଦ ମନୋରଂଜନ ପାଢ଼ୀ , ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା , ଜ୍ୟୋତିର୍ବିଦ ଗୌର ଚରଣ ନନ୍ଦ , ଜ୍ୟୋତିର୍ବିଦ ସନ୍ତୋଷ କୁମାର ପୁରୋହିତ , ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା , ଉପେନ୍ଦ୍ର ଚାନ୍ଦ , ଦେବାର୍ଚ୍ଚନ ଦାଶ , ମୁରଲୀ ଧର ପୁଝାରି , ଭଗଵାନ ଷଡ଼ଙ୍ଗୀ , ଚିତ୍ତ ରଂଜନ ପାଢ଼ୀ , ଶରତ କୁମାର ଚାନ୍ଦ , ପୂଜକ ଗୁଣାକର ପଣ୍ଡା , ଗଡତିଆ ଚମରା ଅମାତ , ଉତ୍ତର କୁମାର ପାତ୍ର , ଜାନକୀ ରାମ ଦେହୁରୀ , ଜଗଦୀଶ କର୍ଣ୍ଣ, ବୀରମିତ୍ର ପଧାନ , ନଳିନୀ କାନ୍ତ ବାଘ , ମିତ୍ରଭାନୁ ମହାକୁର , ଅଭିଷେକ ଦେହୁରୀ , ଟିକୁନ କୁମାର ଦାଶ , ଜଗନ୍ନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଓ ଜଣ ସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଶ୍ରୀ ପାତାଳୀ କ୍ଷେତ୍ର ରେ ନବାର୍ଣ୍ଣ ଲଗ୍ନ ନିର୍ଦ୍ଧାରିତ
