Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ- ମୋତେ ଲାଗୁଛି…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂପ୍ରତି ୟୁରୋପ ଗସ୍ତରେ ଅଛନ୍ତି। ବେଲଜିୟମରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ମୋଦୀ ସରକାରଙ୍କ ଗୋଟିଏ ନିଷ୍ପତ୍ତିର ସମର୍ଥନ କରିଛନ୍ତି। ସେ କହିଛନ୍ତି ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇରେ ସରକାରଙ୍କ ନିଷ୍ପତ୍ତିରେ ବିରୋଧୀ ସହମତ। ଉଲ୍ଲେଖନୀୟ ଏମିତି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ ଯେବେ ରାହୁଲ ଗାନ୍ଧୀ ସମେତ ବିରୋଧୀ ଦଳର ନେତା ମୋଦୀ ସକରାରଙ୍କ କୌଣସି ନିଷ୍ପତ୍ତିରେ ସହମତ ହୋଇଛନ୍ତି କିମ୍ବା ସମର୍ଥନ ଦେଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମୋତେ ଲାଗୁଛି ବିରୋଧୀ ରୁଷ ଓ ୟୁକ୍ରେନ ସଂଘର୍ଷରେ ଭାରତର ବର୍ତ୍ତମାନ ଆଭିମୁଖ୍ୟରେ ସହମତ। ରୁଷ ସହିତ ଆମର ସମ୍ବନ୍ଧ ଉତ୍ତମ ରହିଛି। ମୋତେ ଲାଗୁଛି ବିରୋଧୀଙ୍କ ସରକାରଙ୍କ ବର୍ତ୍ତମାନ ନୀତି ଉଚିତ୍ ଲାଗୁଛି। ବିରୋଧୀ ମଧ୍ୟ ଏହି ସମାନ ନୀତି ଅବଲମ୍ବନ କରିଥାନ୍ତେ।

ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଆମନ୍ତ୍ରିତ ନ କରାଯିବା ବିଷୟରେ ପ୍ରଶ୍ନ ହେବାରୁ ରାହୁଲ କହିଛନ୍ତି, ସରକାର ବିରୋଧୀ ନେତାଙ୍କୁ ଆମନ୍ତ୍ରିତ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦର୍ଶାଉଛି ଯେ, ଭାରତର ୬୦ ପ୍ରତିଶତ ଜନସଂଖ୍ୟାର ନେତାଙ୍କୁ କାହିଁକି ମହତ୍ଵ ଦେଉ ନାହାନ୍ତି। ଏହା ଏମିତି ଏକ ଦିଗ ଯାହାକୁ ସାଧାରଣ ଜନତାଙ୍କୁ ଭାବିବା ଉଚିତ୍ ଯେ, ସରକାର ଏମିତି କରିବାର ଆବଶ୍ୟକତା କଣ। ଏହା ପଛରେ କେଉଁ ପ୍ରକାରର ଚିନ୍ତାଧାରା ରହିଛି।