Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଦୌରାତ୍ମ୍ଯରେ ବ୍ୟାପକ ଫସଲ ନଷ୍ଟ

ସମ୍ବଲପୁର(କଂସର): ଯୁଯୋମୁରା ବ୍ଲକର କଂସର ପଞ୍ଚାୟତର ଗଡଗଡବାହାଲରେ ହାତୀ ଦୌରାତ୍ମ୍ଯରେ ହୋଇଛି ବ୍ୟାପକ ଫସଲ ନଷ୍ଟ।ଗତ ରାତି ହାତୀ ଆସି ରମେଶ ପ୍ରଧାନ,ଜ୍ଞାନେନ୍ଦ୍ର ପ୍ରଧାନ,ଛୋଟେ ମୁଣ୍ଡା,ପ୍ରଦୀପ ମୁଣ୍ଡା,ପୁରୁଷୋତ୍ତମ ପ୍ରଧାନ ପ୍ରମୂଖଙ୍କ ଧାନ ଚାଷ ଜମିରେ ଦଳି ଚକଟି ଦେବା ସହ ଅନେକ ବଢିଲା ଧାନ ଗଛକୁ ଖାଇ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହାର ସତ୍ୟତା ନେଇ କଂସର ସରପଞ୍ଚ୍ ଦିବାକର ବେହେରାଙ୍କ ସହିତ ଜଙ୍ଗଳ ବିଭାଗ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିଛନ୍ତି। ହାତୀ ଦୌରାତ୍ମ୍ଯ ଯୋଗୁଁ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ସମୂହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏପରିକି ସରପଞ୍ଚ୍ ଦିବାକର ବେହେରା ମଧ୍ୟ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ହାତୀ ଦମନ ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।