Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜି-୨୦ ଶିଖର ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ, ସାରା ଦୁନିଆ ଦେଖୁଛି କୋଣାର୍କ ଚକ୍ର

ନୂଆଦିଲ୍ଲୀ: ସାରା ବିଶ୍ଵ ଦେଖୁଛି ଓଡ଼ିଶାର ଐତିହ୍ୟ। ଜି-୨୦ ଶିଖର ସମ୍ମିଳନୀର ଶୋଭା ମଣ୍ଡିତ କରୁଛି କୋଣାର୍କ ଚକ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ସମ୍ମିଳନୀ । ଏହା ପୂର୍ବରୁ ଭାରତ ମଣ୍ଡପମରେ ବିଶ୍ଵ ନେତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାକ ଚକ୍ର ।

ଜି-୨୦ ପାଇଁ ପ୍ରସ୍ତୁତ ପ୍ରଗତି ମଣ୍ଡପମ ସ୍ଥଳରେ କୋଣାର୍କ ଚକ୍ର ରଖାଯାଇଛି । କୋଣାର୍କ ଚକର ପ୍ରଚ୍ଛଦ ପଟରେ ବିଶ୍ୱନେତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଓଡ଼ିଶାର ଗୌରବ ସାରା ବିଶ୍ଵ ମଧ୍ୟ ଦେଖିବାକୁ ପାଇଛି । ଆମେରିକା ରାଷ୍ଟ୍ରପତି ତଥା ବିଶ୍ଵର ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ ଓଡ଼ିଶାର ଐତିହ୍ୟ ତଥା କୋଣାର୍କ ଚକ୍ରର ମହତ୍ଵ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ଵ ହେରିଟେଜ୍ ସାଇଟରେ ସାମିଲ ହୋଇଥିବା ସୂର‌୍ୟ୍ୟମନ୍ଦିର କୋଣାର୍କ ବିଷୟରେ ମୋଦୀ ବାଇଡେନଙ୍କୁ ଅବଗତ କରାଇଛନ୍ତି ।

ସୂଚନାଯୋଗ୍ୟ, ୧୩ଶହ ଶତାବ୍ଦୀରେ ଉତ୍କଳର ରାଜା ଲାଙ୍ଗୁଳା ନରସିଂହ ଦେବ ୧୨୦୦ ବଢେଇଙ୍କୁ ନେଇ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରକୁ ଏମିତି ଶୈଳୀରେ ନିର୍ମାଣ କରାଯାଇଥିଲା ଯାହା ସୂର୍ଯ୍ୟଙ୍କ ଦିବ୍ୟ ରଥ ସଦୃଶ ରହିଛି। ଏଥିରେ ୨୪ ଚକ ରହିଛି। ଆଉ ଏହାକୁ ଦେଶର ଜାତୀୟ ପତାକା ତ୍ରିରଙ୍ଗା ମଝିରେ ଶୋଭା ପାଉଛି। ଏହି ଚକ୍ର ଭାରତୀୟ ପ୍ରାଚୀନ ଜ୍ଞାନ, ଉନ୍ନତ ସଭ୍ୟତା, ଉତ୍କଳର ଉତ୍କୃଷ୍ଟ କାରିଗରୀକୁ ଦର୍ଶାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ