Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ବର୍ଷାରେ ଭାରତ ମଣ୍ଡପମରେ ଜମିଗଲା ପାଣି, କଂଗ୍ରେସର କଟାକ୍ଷ- ବିକାଶ ପହଁରୁଛି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଉଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରବଳ ବର୍ଷା ହୋଇଛି। ଫଳରେ ଆୟୋଜନ ସ୍ଥଳରେ ନାହିଁ ନ ଥିବା ସ୍ଥିତି ଉପୁଜିଛି। ଜି-୨୦ ସଦସ୍ୟଙ୍କ ଆତିଥ୍ୟ ପାଇଁ ନିର୍ମିତ ଭାରତ ମଣ୍ଡପମର ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ବର୍ଷାରେ ଭାରତ ମଣ୍ଡପମରେ ଚାରି ଆଡେ ପାଣି ଜମିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ତାର୍ତ୍ସଲ୍ୟ କରିଛି।

ପାଣି ଜମିଥିବା ଭାରତ ମଣ୍ଡପମର ଭିଡିଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏକ୍ସରେ ସେୟାର କରି ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ବିଭି ଶ୍ରୀନିବାସନ ଲେଖିଛନ୍ତି, କୋଟି କୋଟି ଟଙ୍କାର ବ୍ୟୟରେ ଜି୨୦ ସଦସ୍ୟଙ୍କ ଆତିଥ୍ୟ ପାଇଁ ନିର୍ମିତ ଭାରତ ମଣ୍ଡପମର ଫଟୋ। ବିକାଶ ପହଁରୁଛି।

ଏହି ଭିଡିଓକୁ କଂଗ୍ରେସର ମିଡିଆ ପ୍ଲାଟଫର୍ମ ଆଇଏନସି-ଟିଭି ଏକ୍ସରେ ସେୟାର କରିଛି। ଏଠାରେ ଲେଖା ହୋଇଛି, ମିଛ ବିକାଶର ପୋଲ୍ ଖୋଲି ଯାଇଛି। ଜି-୨୦ ପାଇଁ ଭାରତ ମଣ୍ଡପମ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୭୦୦ କୋଟି ଖର୍ଚ୍ଚ କରାଗଲା। ହେଲେ ଗୋଟିଏ ବର୍ଷା ସବୁ ବିଗାଡ଼ି ଦେଲା।

ଏହି ଭାରତ ମଣ୍ଡପମ କନଭେନସନ ସେଣ୍ଟରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବଜୀନ ସମେତ ୩୦ରୁ ଅଧିକ ଦେଶ ଓ ସଂଗଠନର ପ୍ରମୁଖଙ୍କୁ ସ୍ଵାଗତ କରି ପାଛୋଟି ନେଇଥିଲେ।

More Stories