Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବହାଲ ଦୂର୍ଗାପୂଜା: ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ,ପୂଜା ପାର୍ବଣ୍ୟରେ ହସିବ ଧରା

ସମ୍ବଲପୁର(ପଡିଆବାହାଲ): ଚଳିତ ବର୍ଷ ପଡିଆବାହାଲରେ ଦୂର୍ଗା ପୂଜା ବହୁ ଯାକ ଜକମରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ପୂର୍ଣାଙ୍ଗ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି।ଚଳିତ ବର୍ଷ ପଡିଆବାହାଲ ଦୂର୍ଗା ପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାରୁ ପୂଜା ପାର୍ବଣ୍ୟରେ ସମଗ୍ର ଧରାମାଟି ହସି ଉଠିବ। ଦୂର୍ଗା ପୂଜା ସହିତ ଏହି ଅଞ୍ଚଳରେ ବୈଶିଷ୍ଟ୍ଯ ରହୁଥିବା ରାମଲୀଳାକୁ ଅଧିକ ଆକର୍ଷଣୀୟ କରାଯାଇ ରାବଣ ପୋଡି ଆତସବାସୀକୁ ମଧ୍ୟ ନୂଆଁ ରଙ୍ଗରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସୁବର୍ଣ୍ଣ ଜୟନ୍ତୀକୁ ଏକ ମହୋତ୍ସବରେ ପାଳନ କରିବା ନେଇ ଆଲୋଚନା ହେବା ସହ ରାମାୟଣ ପାରାୟଣ,ରାଜ୍ୟର ବିଭିନ୍ନ ଲୋକ ନୃତ୍ୟ,ପାଲା,ସଂକୀର୍ତ୍ତନ,ହାସ୍ୟ ରସ,ଦେବଦାସୀ ନୃତ୍ୟ, ଦଣ୍ଡ ,ଘୁଡୁକା, ଭରଭା ନାଚ ସହିତ ମେଲୋଡି ଭଜନ ସମାରୋହ ପ୍ରଭୃତି କାର୍ଯ୍ୟକ୍ରମ ଅକ୍ଟୋବର୍ ୨୦ ତାରିଳ ବେଳ ବରଣରୁ ୨୪ ତାରିଖ ପୂର୍ଣ୍ଣହୁତି ରାବଣ ବଧ ଓ ରାବଣ ପୋଡିଯାଏ ୫ ଦିନ ଧରି ଏହି ମହୋତ୍ସବ ପାଳନ ପାଇଁ ଆଜି ସଭାପତି ସୁବୋଧ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଏକ ସ୍ମରଣୀକା ପ୍ରକାଶ ପାଇବ ଓ ଏଥିଲେ ଦୂର୍ଗା ଦେବୀଙ୍କ ସଂପର୍କରେ ବିଭିନ୍ନ ଆଲେଖ୍ୟ ସହିତ ପଡିଆବାହା ଦୂର୍ଗାପୂଜାକୁ ନେଇ ବିଭିନ୍ନ ଅନୁଭୁତିକୁ ନେଇ ଲେଖକ ମାନଙ୍କ ଠାରୁ ଲେଖା ଆହ୍ୱାନ କରାଯାଇଛି । ସ୍ମରଣୀକା ପାଇଁ ଡା.ରାଜାରାମ ଷଡଙ୍ଗୀ ସଂପାଦକ ସ୍ମରଣୀକା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ
ପଡିଆବାହାଲ ସମ୍ବଲପୁର ଠିକଣାରେ କିମ୍ବା ୯୪୩୭୪ ୦୫୪୫୫ ଓ ୯୪୩୭୪ ୦୨୮୯୨(ଅଶୋକ କୁମାର ପୁରୋହୀତ)ଙ୍କ ୱାଡସଫରେ ଲେଖା ପଠାଇବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ରାବଣ ଭୂମିକାରେ କୁସୁମୀର ବିଭୂତି ପଟେଲ ଅଭିନୟ କରିବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଆଜିର ସଭାରେ ରାମଲୀଳାର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର,ଉପସଭାପତି ଆଶୁତୋଷ ପଣ୍ଡାା,ହରିହର ନାୟକ,ରବିନାରାୟଣ ବେହେରା,ସଂପାଦକ ଅଶୋକ ରାୟ,ରବିନାରାୟଣ ବେହେରା,ଅଶୋକ କୁମାର ପୁରୋହୀତ,ବିଜୟ ମେହେର,ମନୋଜ ସାହୁ,ରାଧାମୋହନ ଷଡଙ୍ଗୀ ,ଶରତ ସାହୁ,ନନ୍ଦି କିଶୋର ସାହୁ,ମିତ୍ରଭାନୁ ପ୍ରଧାନ,ଆନନ୍ଦ କୁମାର ପଣ୍ଡା,ଅକ୍ଷୟ କୁମାର ନାୟକ,ଅମୂଲ୍ୟ ପୂଝାରି,ପ୍ରମୋଦ ମଗର,ଦୁର୍ଗେସ ସାହୁ,ଅଭିଷେକ ବଡପଣ୍ଡା,ଡା.ରାଜାରାମ ଷଡଙ୍ଗୀ ପ୍ରମୂଖଙ୍କ ସହିତ ଯୋଗନେଇ ସୁବର୍ଣ୍ଣ ଜୟନ୍ତୀକୁ ଆକର୍ଷଣୀୟ ଓ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ସହିତ ଏହାକୁ ରାତ୍ର ୧୦ଟା ମଧ୍ୟରେ ସୀମିତ ରଖିବାକୁ ଧାର୍ଯ୍ୟ କରାଯାଇଛି । ଆୟୋଜିତ ମହୋତ୍ସବରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ସହିତ କ୍ଷମତାରେ ରହିଥିବା ବିଭିନ୍ନ ଜନପ୍ରତିନିଧି,ବିଭିନ୍ନ ଦଳର ରାଜନୈତିକ ନେତା,ବୁଦ୍ଧିଜୀବୀ,ବାହାରେ ରହୁଥିବା ଅଞ୍ଚଳର ବିବିନ୍ନ ବାସିନ୍ଧା ମାନଙ୍କୁ ନିମନ୍ତ୍ରଣ କରିବା ସହିତ ପୁରୁଖା ଉଦ୍ୟୋକ୍ତା ଓ ତାଙ୍କ ପରିବସରକୁ ସମ୍ବର୍ଦ୍ଧିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ