Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟଭା ପଦର ରକ୍ତଦାନ ଶିବିରରେ ସଂଗୃହିତ ହେଲା 40 ୟୁନିଟ ରକ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ ଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଉକ୍ତ ରକ୍ତ ଦାନ ଶିବିର ରେ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପିତାମହୁଲ ସରପଞ୍ଚ ଆକସ୍ମିତା ବଢିଆ , ପ୍ରଦୀପ ବଢିଆ , ମଧୁସୂଦନ ପଣ୍ଡା , କୁଶ ମହାକୁର , ସରୋଜ ବାରିକ , ଚାମରା ବାଘ , ଜଗଦୀଶ ଡ଼ାଙ୍ଗ , ଘନଶ୍ୟାମ କର୍ମୀ , ଆଶିଷ ସହୁ , ଭଗବାନ କର୍ଣ୍ଣ , ଆଲୋକ ଦେହୁରୀ  , ସତ୍ୟ ମହକୁର ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।