Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁମୁରିଆ କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାମନ୍ଦିର ରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, ୧୧/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମିଲକି ଅଞ୍ଚଳ ଡୁମୁରିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟା ମନ୍ଦିରରେ ୧୯୮୯ ମସିହା ଠାରୁ ଶ୍ରୀଯୁକ୍ତ ମିନିକେତନ ରଣା ସହ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ହେଲ ୨୦୨୩ ମସିହାରେ ଅବସର ନେଇ ଛନ୍ତି।ସେହିଭଳି ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ ପିଇଅନ ପଦବି ରେ କାର୍ଯ୍ୟରତ ଥିଲେ ସେ ମଧ୍ୟ ଅବସର ନେଇ ସାରିଛନ୍ତି। (ରବିବାର) ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରି ଏହି ଅବସପ୍ରାପ୍ତ ଶିକ୍ଷକ ଶ୍ରୀ ରଣା ଓ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦେଉଛନ୍ତି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡୁମୁରିଆ ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ହୃଦା ନନ୍ଦ ସାହୁ , ସ୍କୁଲ କମିଟି ସଭାପତି ବୁଡୁ ସେଠ୍, ଅବସପ୍ରାପ୍ତ ଶିକ୍ଷକ ସଂଘ ପଞ୍ଚାୟତ ସଭାପତି ସୁରେନ୍ଦ୍ର ମିଶ୍ର, ସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଭୋଇ ମଞ୍ଚାଶିନ ହୋଇ ସମ୍ବର୍ଦ୍ଧନା କରିଥିଲେ । ସ୍କୁଲ ପରିଚାଳନା କମିଟିର ସଭ୍ୟ/ସଭ୍ୟା ,ସ୍କୁଲ ଛାତ୍ର/ଛାତ୍ରୀ ଓ ଅବିଭାବକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍କୁଲର ପୁର୍ବତନ ଛାତ୍ର ଚୂଡ଼ାମଣି ଭୋଇ, ଭୁବନେଶ୍ୱର ରଣା, ସୁମନ୍ତ ପ୍ରଧାନ ସହଯୋଗ କରିଥଲେ।