Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗନ୍ଧରେ ଫାଟି ପଡ଼ୁଛି କ୍ୟାପିଟାଲ୍ ହସ୍ପିଟାଲ୍, ଆନ୍ଦୋଳନରେ ସଫେଇ କର୍ମଚାରୀ

ଭୁବନେଶ୍ଵର: ବିଭିନ୍ନ ଦାବି ନେଇ ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲର ସଫେଇ କର୍ମୀ ଆନ୍ଦୋଳନ କରୁଛନ୍ତି। ଫଳରେ ଅଳିଆ ଉଠି ପାରିନି କି ଆର୍ବଜନା ସଫା ହୋଇ ପାରିନି। ବର୍ତ୍ତମାନ ହସ୍ପିଟାଲରେ ଆର୍ବଜନା ଗନ୍ଧରେ ନାକ ଫାଟି ପଡ଼ୁଛି। ନୂଆ ଟେଣ଼୍ଡର ନୀତିକୁ ମଧ୍ୟ ସଫେଇ କାର୍ମଚାରୀ ବିରୋଧ କରିଛନ୍ତି। ୨୫୦ କର୍ମଚାରୀ କାଳିଠୁ ଆନ୍ଦୋଳନ ଚଳାଇଥିବାରୁ ସଫେଇ କାମ ଠପ୍ ହୋଇ ପଡ଼ିଛି। କାଲିଠାରୁ ସଫେଇ କାମ ହୋଇ ନ ଥିବାରୁ ହସ୍ପିଟାଲରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି।

ଗତକାଲି ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଆନ୍ଦୋଳରତ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା କିଛି ସଫଳତା ମିଳିନାହିଁ। ଅନ୍ୟପକ୍ଷେ ନୂଆ ସଂସ୍ଥା ବି କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ଆନ୍ଦୋଳନ କର୍ମଚାରୀ ଗ୍ରହଣ କରି ନାହାନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ କ୍ୟାପିଟାଲ୍ ହସ୍ପିଟାଲର ସଫେଇ ଟେଣ୍ଡର ଅନ୍ୟ ଏକ ସଂସ୍ଥା ପାଇଥିବା ବେଳେ ଆସନ୍ତା ୧୫ ତାରିଖରୁ କୁଏସ କମ୍ପାନୀ ଏହି ସଫେଇ କାର୍ଯ୍ୟର ଦାୟିତ୍ଵ ନେବ। କିନ୍ତୁ ନୂଆ କମ୍ପାନି ପୂର୍ବ କମ୍ପାନି ଠାରୁ ଦୈନିକ ୫୦ ଟଙ୍କା କମ ମଜୁରୀ ଦେବ ବୋଲି ଘୋଷଣା କରିଛି। ଏପରିକି ପୁରୁଣା କର୍ମଚାରୀଙ୍କୁ ହଟାଇ ନୂଆ କର୍ମଚାରୀ ରଖିବାକୁ କମ୍ପାନି ପକ୍ଷରୁ ଚକ୍ରାନ୍ତ ଚାଲିଛି।