Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶ୍ରୀଲଙ୍କା ସହ ମୁକାବିଲା, ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ ପରିବର୍ତ୍ତନ !

ନୂଆଦିଲ୍ଲୀ: ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଧରାଶାୟୀ କରିବା ପରେ ଆଜି ଏସିଆ କପ ସୁପର-୪ର ଅନ୍ୟ ଏକ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ଭାରତ। ପାକିସ୍ତାନ ବିପକ୍ଷରେ ୨୨୮ ରନର ବିଶାଳ ବିଜୟ ସତ୍ତ୍ଵେ ଭାରତୀୟ ଦଳରେ ଆଜି ପରିବର୍ତ୍ତନର ସମ୍ଭାବନା ଅଧିକ ରହିଛି। ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜାଙ୍କୁ ବିଶ୍ରାମ ଦିଆଯାଇ ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ମିଳିପାରେ।

ଭାରତ ଓ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ଵପୂର୍ଣ୍ଣ। କାରଣ ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ସେ ଫାଇନାଲରେ ପ୍ରବେଶ କରିବ। ଏହି ମ୍ୟାଚରେ ଟପ-୪ରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଇଶାନ କିଷନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ପରଖା ଯାଇପାରେ। ବୁମରାଙ୍କୁ ବିଶ୍ରାମ ଦିଆଯାଇ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବା ଉପରେ ଅର୍ଧିନାୟକ ରୋହିତ ଶର୍ମା ବିଚାର କରି ପାରନ୍ତି।

ଭାରତୀୟ ଦଳ ପାଇଁ ଭଲ ଖବର ଯେ, ପାକିସ୍ତାନ ଦଳ ୩୨ ଓଭରରେ ଅଲଆଉଟ୍ ହୋଇଗଲା। ଏମିତିରେ ଦଳକୁ ୫୦ ଓଭର ଯାଏ ବୋଲିଂ ଓ ଫିଲ୍ଡିଂ କରିବାକୁ ପଡ଼ିନାହିଁ। ପାକିସ୍ତାନ ମ୍ୟାଚରେ ୫ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇ ଭାରତୀୟ ଦଳ ଆଜି ଚାରି ଦ୍ରୁତ ବୋଲର ସହ ମଇଦନକୁ ଓହ୍ଲାଇପାରେ। ଏମିତିରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସୂର‌୍ୟ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ