Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁରୁମାଙ୍କ ଦ୍ୱାଦସାହ ରେ ରକ୍ତଦାନ ଶିବିର ,41 ଜଣଙ୍କ ସ୍ବର୍ଚ୍ଛାକୃତ ରକ୍ତଦାନ,

ବିଜୟଲକ୍ଷ୍ମୀ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ସମ୍ବାଦ ଆମ ଓଡ଼ିଶା ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମିଳିତ ସହଯୋଗରେ ରକ୍ତଦାନ ଶିବିର ; ଚାରି ପୋଲିସ୍,ଜଣେ ଭିନ୍ନକ୍ଷମ,ଏକ ଦମ୍ପତ୍ତି, ଦୁଇ ସାମ୍ବାଦିକ, 14 ନୂତନ ରକ୍ତଦାତାଙ୍କ ସମେତ 41 ଜଣ ରକ୍ତଦାତାଙ୍କ ସ୍ଵେଚ୍ଛାକୃତ ରକ୍ତଦାନ
ବେଲଗୁଣ୍ଠା, 12/09, ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଗୁରୁମା ସ୍ଵର୍ଗତ ବିଜୟଲକ୍ଷ୍ମୀ ସାମଲଙ୍କର ଦ୍ୱାଦଶାହ ତିଥିରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଆଜି ସକାଳ ଆଠ ଘଣ୍ଟା ସମୟରେ ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବିଜୟଲକ୍ଷ୍ମୀ ଗୁରୁମା ଅମର ରହେ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ I ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ସମ୍ବାଦ ଆମ ଓଡ଼ିଶା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ, ଏଏସ୍ଆଇ ବିଶ୍ଵନାଥ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ପ୍ରାକ୍ତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଦ୍ୟାଳୟ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ,ସମ୍ପାଦକ ମାଧବ ଚନ୍ଦ୍ର ଆପଟ, ସହକାରୀ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଡ଼ାକ୍ତର ରାକେଶ ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ ମଙ୍ଗଳପୁର ଗ୍ରାମର ଚାଲିପାରୁନଥିବା ଭିନ୍ନକ୍ଷମ ଯୁବକ ସନ୍ତୋଷ କୁମାର ଆପଟ ଉତ୍ସାହର ସହିତ ରକ୍ତଦାନ କରି ଅନ୍ୟ୍ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ I ଏହା ସହିତ ଏକ ଦମ୍ପତି ସନ୍ତୋଷିନୀ ଗୌଡ଼ ଓ ବଳିଆ ଗୌଡ଼, ଚାରି ପୋଲିସ୍ କର୍ମଚାରୀ ତଥା ନାରାୟଣ ନାୟକ, ବିଶ୍ଵନାଥ ମଲ୍ଲିକ, ପ୍ରମୋଦ ନାୟକ, ଅରୂପ ପ୍ରଧାନ,ଦୁଇ ସାମ୍ବାଦିକ ପ୍ରଦ୍ୟୁମ୍ନ ପାତ୍ର, ମାଧବ ଚନ୍ଦ୍ର ଆପଟଙ୍କ ସମେତ ମୋଟ 41 ଜଣ ରକ୍ତଦାତା ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ରକ୍ତଦାନ କରିଥିବା ସ୍ଵେଚ୍ଛାକୃତ ରକ୍ତଦାତା ମାନେ ହେଲେ ଶମ୍ଭୁ ରାଉତ,ଦୁଷ୍ମନ୍ତ କୁମାର ଖଟେଇ,ଲକ୍ଷ୍ମଣ ବଢ଼େଇ, ସୁରେଶ ଚନ୍ଦ୍ର ଭୂୟାଁ,ପ୍ରଦିପ୍ ଶତପଥି, ପୂର୍ଣ୍ଣ ଜେନା,ଶିବରାମ ସାମଲ୍, କୈଳାସ ନାୟକ, ବିଭୂତିଭୂଷଣ ଜେନା, ବାନାମ୍ବର ପ୍ରଧାନ,ସଞ୍ଜୟ କୁମାର ପରିଡ଼ା, ଦୀପକ ନାୟକ, ଜିତୁ ଆପଟ, ଗୁରୁମୂର୍ତ୍ତୀ ପ୍ରଧାନ,ରଜତ କୁମାର ବେହେରା, ପ୍ରତାପ ଡ଼ାଙ୍ଗୁଆ,ସଞ୍ଜିବ୍ ନାୟକ, କୈଳାସ ସାହୁ,,ଗଣେଶ ପ୍ରଧାନ,ଦୀପକ ଡାକୁଆ,କାହ୍ନୁ ପୋଲେଇ, ଶେଖର୍ ସୁମନ୍ ଆପଟ,ମନୋଜ ରଣା, ସନ୍ତୋଷିନୀ ଆପଟ,ନିହାଲ ଦାସ, ଦେବାଶିଷ ଦାସ,ଶ୍ରୀଧର ଖଟେଇ,ଲାଲୁ ଗୌଡ,ମନୋଜ ଗୌଡ଼, କାହ୍ନୁ ଦାସ,ଅଜୟ ପ୍ରଧାନ ଏବଂ ଭିକାରୀ ଗୌଡ଼ I ପ୍ରବଳ ବର୍ଷା ସତ୍ତ୍ଵେ ଆଜିର ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ଚଉଦ ଜଣ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଲକ୍ଷ୍ମୀ ଗୁରୁମା, ସୁନିତା ଗୁରୁମା, ପୂଜା ଗୁରୁମା, ସୁଲୋଚନା ଗୁରୁମା, ସାଗର ଗୁରୁଜୀଙ୍କ ସହ ରାଜଲକ୍ଷ୍ମୀ,ଦୀପା,ଜସ୍ମୀନୀ, ମଳୟ, ନାରାୟଣ,ରାଜେଶ୍ଵର, ସିଦ୍ଧେଶ୍ୱର, ବାବୁ, ରାକେଶ, ଦୀପ୍ତିମନ୍ତ,ଗାନ୍ଧୀ, ସୁବାଷ, ସୁକାନ୍ତ, ରାମଚନ୍ଦ୍ର ଓ ଟୁକୁନା ପ୍ରମୁଖ ସହଯୋଗ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ପରିଚାଳନା କରିଥିଲେ I ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ I