Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୦ଲକ୍ଷ ଲେଖାଏ ସହାୟତା ଘୋଷଣା  

ଭୁବନେଶ୍ୱର: ଏସିଆନ ଗେମ୍ସ ପାଇଁ ଖେଳାଳିଙ୍କୁ ସହାୟତା ଘୋଷଣା।  ଏସୀୟ କ୍ରୀଡ଼ା ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି।

ବୁଧବାର ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ଚୟନ ହୋଇଥିବା ୧୩ ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ