Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ମାଆ ଛେଉଣ୍ଡା ପୁଅ ମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କେବେ..?

କଳାହାଣ୍ଡି, ୧୩/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡଚେର ଗାଁ ଅଧିନରେ ଥିବା ଫଟାମୁଣ୍ଡା ଗ୍ରାମରେ ବାପା ମାଆ ଛେଉଣ୍ଡା ତିନୋଟି ପୁଅଙ୍କ ଦୃଦଶା ଅତି ସଙ୍କଟାପନ୍ନ ଅବସ୍ଥାରେ ରହିଛି, ଯାହାକି ବୃଦ୍ଧ ବୃଦ୍ଧା ଙ୍କ ଅଢୋ ଆଳରେ ପ୍ରତିପୋଷଣ ହେଇଛି ବୋଳି ଚର୍ଚ୍ଚା ହେବାରୁ ରାମ କୁମାର୍ ସେନାପତି ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ, ସତ୍ୟର ସୂଚନା ଏହି ଯେ, ଫଟାମୁଣ୍ଡା ଗାଁର, ଦୁଷ୍ମନ୍ତ ପରାଭୋଇ(୧୨) ପିତା, ହୃଷି ପରା ଭୋଇଙ୍କ ସ୍ତ୍ରୀ ମୃତ୍ୟୁ ପରେ ବାପା ଗାଁର ଟୁକୁନୁ ପରାଭୋଇ ଙ୍କ ଠାରେ ଛାଡ଼ି ଦେଇ ଦାଦନ ଶ୍ରମିକ ଭାବେ ବିଦେଶରେ ରହୁଛନ୍ତି, ଏଭଳି ଘଟଣା ଆଉ ଦୁଇଟି ପୁଅ ଗଣେଶ ପରାଭୋଇ (୧୪) ଓ ପ୍ରଦୀପ ପରାଭୋଇ (୧୨) ପିତା, ହରିପରା ଭୋଇ ମୃତ୍ୟୁ ପରେ ସ୍ତ୍ରୀ, ସଇଟି ମାନସିକ ରୋଗରେ ପୀଡିତ ହେବାରୁ ଦୁଇଟି ପୁଅକୁ ଛାଡ଼ି ତାଙ୍କର ବାପା ମାଆ ଗାଁରେ ଦୁଇ ବର୍ଷ ହେଉଛି ପୁଅ ମାନଙ୍କ ପ୍ରତିଖୋଜ ଖବର ରଖୁ ନାହି, ଯାହାକି ଦୁଇଟି ପୁଅ ଉପରୋକ୍ତ ଟୁକୁନୁ ପରା ଭୋଇ ନାମକ ବୃଦ୍ଧ ବୃଦ୍ଧା ନିକଟରେ ଆଶ୍ରୟସ୍ଥଳ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଓ ଗ୍ରାମର ଆଶା ଦିଦି ପୁଅ ମାନଙ୍କ ଦୁଃଖର ବିଷୟ ଜଣାଇ ଛନ୍ତି, ସୂଚନାରୁ ପ୍ରକାଶ ଯେ ତିନିଟି ପୁଅ ମାନଙ୍କ ପ୍ରତି ବାପା ମାଆ ସାଜିଛନ୍ତି ବୃଦ୍ଧ ଟୁକୁନୁ ପରାଭୋଇ, ବୃଦ୍ଧ ବୃଦ୍ଧା ଉଭୟେଗରୀବ ଶ୍ରେଣୀୟର ହେତୁ ତିନୋଟି ପୁଅଙ୍କୁ କୁଲିମଞ୍ଜୁରି କଲେ ଚୂଲି ଜଳେ ନଚେତ୍ ଭୋକ ଉପାସରେ ବିତାଇ ଥାଆନ୍ତି ବୋଲି ଟୁକୁନୁ ପରା ଭୋଇ ଓ ବୃଦ୍ଧା ତାଙ୍କର ପ୍ରତିକ୍ରୟା ପ୍ରକାଶ କରିଛନ୍ତି, ଏଭଳି ବାପା ମାଆ ଛେଉ ଣ୍ଡା ପୁଅ ମାନଙ୍କ ପ୍ରତି ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପୁଅ ମାନଙ୍କର ଭବିଷ୍ୟତ ଜୀବନ ଉପକୃତ ଦିଗରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ବୁଦ୍ଧି ଯିବି ମହଲରେ ଦାବୀ ହେଉଛି।