Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ଲାଟିନମ ଜୁବଲି ଅବସରରେ କମିଟୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଦେବଗଡ଼: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା । ୨୯ ତାରିଖ ଦିନ ବିସର୍ଜନ କାର୍ଯ୍ୟକ୍ରମ ରହିଛି । ୧୯୪୯ ମସିହାରୁ ଆରମ୍ଭ ହୋଇଥିବା ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ତେବେ ପ୍ଲାଟିନମ ଜୁବଲି ଅବସରରେ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରାଯାଇଛି । ବାମଣ୍ଡାଗଡଜାତ ତଥା ବର୍ତ୍ତମାନ ଦେବଗଡ ଜିଲ୍ଲାରେ ଆୟୋଜିତ ହୋଇଆସୁଛି ଗଣେଶ ପୂଜା ।ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାର ସୁତ୍ରରେ ବାନ୍ଧି ହୋଇ ପାଳି ଆସୁଛନ୍ତି ଏହି ଗଣେଶ ପୂଜାକୁ ।ହିନ୍ଦୁ , ଖ୍ରୀଷ୍ଟିୟାନ ,ମୁସଲମାନ ଏକ ସର୍ବଧର୍ମ ସମନ୍ୱିୟ ଓ ଭାଇ ଚାରାର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ ଦେବଗଡ ଗଣେଶ ପୂଜାରେ । ଗଣେଶ ପୂଜା ପାଇଁ ଚଳଚଂଚଳ ହୋଇପଡିଛି ସହର । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଗଣେଶ ମହାପ୍ରଭୁ ଏବଂ ପୂଜା ମଣ୍ଡପ ଠାରେ ସ୍ଥାନ ପାଇବାକୁ ଥିବା ବିଭିନ୍ନ କଳାକୁଞ୍ଜର ମୂର୍ତ୍ତି ତିଆରି କାର୍ଯ୍ୟ କମିଟୀ ପକ୍ଷରୁ ଆରମ୍ଭ କରାଯାଇଛି । ତେବେ ଆଜି ସ୍ଥାନୀୟ ସେଣ୍ଟର ଫର କଲଚର ଠାରେ ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ଶମ୍ଭୁନାଥ ଗୋଏଲଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପୂଜା ପାଇଁ ୪୦ ରୁ ୫୦ଲକ୍ଷ ଟଙ୍କାର ବଜେଟ ରଖାଯାଇଛି । ୧୮ ତାରିଖ ଦିନ କଳସ ଯାତ୍ରା କରାଯାଇ ନଗର ପରିକ୍ରମା କରିବା ପରେ ସହରର ମଧ୍ୟରେ ପୁଜା ହେଉଥିବା ସ୍ଥାନରେ ପଂହଚି କଳସ ସ୍ଥାପନ କରାଯିବା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୯ ତାରିଖ ଦିନ ସକାଳେ ସହରର ମଧ୍ୟରେ ପୁଜା ହେଉଥିବା ଗଣେଶ ମଣ୍ଡପ ଠାରେ ଗଣେଶ ପୂଜା ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଭଜନସଂଧ୍ୟା, ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ରଧାନପାଟସ୍ଥିତ ବଡବଗିଚା‌ଠାରେ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ ଏବଂ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ଟିକେଟ ସୋ ଅପେରା ଅନୁଷ୍ଠିତ ହେବ । ଏହାସହିତ ଗୋପାଳଜୀୟ ମନ୍ଦିର ଠାରେ ଫ୍ରିସୋ ଅପେରାର ଦର୍ଶକ ମାନେ ମଜା ଉଠାଇପାରିବେ । ପୂଜା କମିଟୀ ପକ୍ଷରୁ ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି ।ଚଳିତ ବର୍ଷ ଲଟେରୀ ମାଧ୍ୟମରେ ଶ୍ରୀ ଗଣେଶ ଆଶିର୍ବାଦ ଲଡୁ ଉଠାଣ କରାଯିବ ଏବଂ ସେପ୍ଟେମ୍ବର ୩୦ ତାରିଖ ଦିନ ଭାଗ୍ୟଶାଳୀ ବିଜେତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି । ୨୯ ତାରିଖ ଦିନ ବିସର୍ଜନ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂପାଦକ ଶୁକଦେବ ଭଂଜ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଅରୁଣ ଗୋଏଲ, ସୁଶୀଲ ‌ଭୋଇ,ସହ ସଂପାଦକ ବିରେନ ନାୟକ, ଆନନ୍ଦ କପରଦାର, ଅନନ୍ତ ଦାଶ, କୋଷାଧ୍ୟକ୍ଷ ଅଜୟ ମିଶ୍ର, ସହ କୋଷାଧ୍ୟକ୍ଷ ସୁଧୀର ପାତ୍ର, ଆଇନପରାମର୍ଶଦାତା ଆଲୋକ ସୌରଭ ବେହେରା,ଜନ୍ମାଜୟ ନାୟକଙ୍କ ସମେତ କମିଟୀର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ