ସମ୍ବଲପୁର:ସମ୍ବଲପୁର ବିଜେପି କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏଥିରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ବିଶ୍ଵକର୍ମା ଯୋଜନା, ବାଚସ୍ପତି ନିର୍ବାଚନ କୁ ବିଜେପି ର ବାଏକ, ସମ୍ବଲପୁର ମହାନଗର ନିଗମ ପକ୍ଷରୁ ହେଉଥିବ ଜବର୍’ଦଖଲ ଉଚ୍ଛେଦ ଓ ସମସ୍ତ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ବିଷୟ ସ୍ଥାନ ପାଇଥିଲା ।
ପଶ୍ଚିମାଞ୍ଚଳ ର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ କୁ ଅଣଦେଖା କରି ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଓଡ଼ିଶା ବିଧାନସଭା ର ବାଚସ୍ପତି ନିର୍ବାଚନ କୁ ବିଜେପି କରିବ ବଏକଟ୍ । ୨୦ ତାରିଖ ରେ ପାବିତ୍ର ନୂଆଁଖାଇ ପାଳନ କରାଯିବ, ୨୧ ତାରିଖ ରେ ନୂଆଁଖାଇ ଭେଟ୍’ଘାଟ୍ ରହିଥାଏ । ତେଣୁ, ତୁରନ୍ତ ନିଜ୍ ଅଞ୍ଚଳ କୁ ଛାଡି ତାର ପରବର୍ତ୍ତୀ ଦିନ ବିଧାନସଭାରେ ଉପସ୍ଥିତ ରହିବା ପଶ୍ଚିମାଞ୍ଚଳର ସମସ୍ତ ବିଧାୟକମାନଙ୍କ ପାଇଁ ଅସମ୍ଭବ । ଏଣୁ, ବାର୍ ବାର୍ ବାରମ୍ବାର ଅନୁରୋଧ କଲା ପରେ ମଧ୍ଯ ନିର୍ବାଚନ ତାରିଖ ପରିବର୍ତ୍ତନ ନ କରିବା ସମଗ୍ର ପଶ୍ଚିମାଞ୍ଚଳବସୀ ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ କୁ ପ୍ରମାଣିତ କରୁଛି । ଦୁଇ କୋଟି ରୁ ଉର୍ଦ୍ଧ ପଶ୍ଚିମାଞ୍ଚଳବସୀ ଙ୍କ ଆସ୍ଥା କୁ ଅପମାନିତ କରିବା ଭଳି ସରକାର ଙ୍କର ଏଭଳି ଜିତ୍’ଖୋର୍ ମନୋବୃତ୍ତି କୁ ଆମେ ଦୃଢ଼ ଶବ୍ଦ ରେ ନିନ୍ଦା କରୁଛୁ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି ।
ଆସନ୍ତା ୧୭ ତାରିଖ ହେଉଛି ପବିତ୍ର ବିଶ୍ଵକର୍ମା ପୂଜା ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ର ଜନ୍ମଦିନ । ଏହି ଦିନ ଆରମ୍ଭ ହେବାକୁ ଯାଉଛି ବିଶ୍ଵକର୍ମା ଯୋଜନା । ଦେଶରେ ରାଜମିସ୍ତ୍ରୀ, ବଢେଇ, ବାରିକ୍, କୁମ୍ଭାର ଭଳି ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରି ରୋଜଗାର କରୁଥିବା କୁଶଲି କାରିଗର ବା ପ୍ରକୃତ ବିଶ୍ଵକର୍ମା ମାନଙ୍କ ସାମଗ୍ରିକ ବିକାଶ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ । ଏଥିରେ ସମସ୍ତ ପ୍ରକାର ର କୁଶଳୀ କାରିଗର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ର ଭୁବନେଶ୍ଵର, ପୁରୀ ଓ ସମ୍ବଲପୁର ଏହି ତିନୋଟି ସ୍ଥାନରେ ଏହି ଯୋଜନା ର ଶୁଭାରମ୍ଭ ହେବାକୁ ଯାଉଛି । ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ରେ ହେବାକୁ ଥିବା ଏହି ବିଶ୍ଵକର୍ମା ଯୋଜନା ର ଲଞ୍ଚିଂ କାର୍ଯ୍ୟକ୍ରମ ରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜୋନ୍ ଵାର୍ଲା ଯୋଗ ଦେବେ ବୋଲି ବିଧାୟକ ନାଉରୀ ନାୟକ ସୁଚନା ଦେଇଥିଲେ ।
ସରକାର୍ଙ୍କ ବିଗତ ଦିନର ନିଷ୍ପତ୍ତିକୁ ଅନୁସରଣ କଲେ ଲାଗୁଛି ସରକାର୍ ଆଗମୀ ଦିନରେ ଏଭଳି ବି ଜନବିରୋଧୀ କଟକଣା ବି ଆଣି ପାରନ୍ତି ଯେମିତି କିଆମେ ଜଳ ଯୋଗାଣ ରେ ବିଫଳ ତେଣୁ, ଲୋକେ ଗାଧୋଇବା ବନ୍ଦ କରନ୍ତୁ ଓ ଦିନକୁ କେବଳ ଗୋଟିଏ ଲିଟର ପାଣି ପିଅନ୍ତୁ । ଆମେ ରାସ୍ତା ନିର୍ମାଣ ଓ ମରାମତି କରିବାରେ ବିଫଳ ତେଣୁ, ଲୋକେ ଏଣିକି କେବଳ ଡୁଇ ଚକିଆ ଯାନ ନେଇ ରାସ୍ତା କୁ ଆସନ୍ତୁ ଏବଂ ଚାରି ଚକିଆ ଯାନ ଘରେ ରଖି ଦିଅନ୍ତୁ ।
କହିବାର ତାତ୍ପର୍ଯ୍ୟ ଏହା ଯେ,ରାଜ୍ୟ ରେ ଏତେ ବଡ଼ ପୋଲିସ୍ ବାହିନୀ ଓ ପୋଲିସ୍ ପ୍ରଶାସନ ଥାଇ ମଧ୍ୟ ସାଧାରଣ ଲ-ଏଣ୍ଡ-ଅଡର ସମ୍ଭାଲିବବାରେ ମଧ୍ଯ ସମ୍ପୂର୍ଣ୍ଣ ଅକ୍ଷମ । ସେ ହନୁମାନ ଜୟନ୍ତି ଅଘଟଣ ହେଉ କୁ ମହରମ୍ କଟକଣା ହେଉ ସବୁଥିରେ ପୋଲିସ ଓ ଜିଲ୍ଲା ପ୍ରଶାସନ ନିଜର ଅପାରଗତା କୁ ପ୍ରଦର୍ଶିତ ଓ ପ୍ରମାଣିତ କରୁଛି । ୧୦ ଲକ୍ଷ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କୁ ନେଇ ଯଦି ରଥଯାତ୍ରା ପାଳନ ହୋଇ ପାରୁଛି ତାହେଲେ ବିଶ୍ଵକର୍ମା ପୂଜା, ଗଣେଶ ପୂଜା, ଦୁର୍ଗା ପୂଜା ର ଭସାଣି ଶୋଭାଯାତ୍ରା ରେ କି ଅସୁବିଧା ରହିଛି । ଏଣୁ, ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରି ଆବଶ୍ୟକ ପରିମାଣ ର ପୋଲିସ ଫୋର୍ସ ମୂତୟନ କରି ଧାର୍ମିକ ଶୋଭାଯାତ୍ରା କୁ ଅନୁମତି ଦିଆଯାଉ ବୋଲି ଜିଲ୍ଲା ସଭାପତି ଗିରିଶ ପଟେଲ ଦାବୀ କରିଥିଲେ ।
ଏହା ସହିତ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମ୍ବଲପୁର, ବୁର୍ଲା, ହୀରାକୁଦ ରେ ହେଉଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ କୁ ମଧ୍ଯ ନିନ୍ଦା କରାଯାଇଛି । ବିଜେପି ବିକାଶ କୁ ବିରୋଧ କରୁ ନାହିଁ କିନ୍ତୁ, ବିକାଶ ନାଁ ରେ ସାଧାରଣ ଗରିବ ଲୋକଙ୍କୁ ହଇରାଣ କରାଯିବା ଓ ଜବରଦଖଲ ଉଚ୍ଛେଦ ସମୟରେ ପାତର ଅନ୍ତର ନୀତି କୁ ବିରୋଧ କରିଛି । ବର୍ଷା ଦିନ ତା ସହିତ ପାର୍ବଣ ସମୟରେ ଏଭଳି ବେନିୟମ କାର୍ଯ୍ୟ ଲୋକଙ୍କ ଆର୍ଥିକ, ପାରିବାରିକ, ସାମାଜିକ, ଧାର୍ମିକ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ରୂପେ ଧରାଶାୟୀ କରିଦେବ । ତେଣୁ, ଜବରଦଖଲକାରୀ ଙ୍କୁ ଉଚିତ୍ ସମୟ ଦେବା ସହ ପ୍ରଥମେ ତାଙ୍କର ଥଇଥାନ ବ୍ୟବସ୍ଥା କରି ଜବର ଦଖଲ ଉଚ୍ଛେଦ କରାଯାଉ ବୋଲି ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରଶାସନ କୁ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ଵିନୀ ମାଝୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ ଉପସ୍ଥିତ ଥିଲେ ।
ବିଜେପିର ସାମ୍ବାଦିକ ସମ୍ମିଳନୀ:ବାଚସ୍ପତି ନିର୍ବାଚନକୁ ବୈକଟ୍,ଧାର୍ମୀକ ଶୋଭାଯାତ୍ରାକୁ ପଲିସର ବାରଣ ନେଇ ଖପ୍ପା
