Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚରମ ସୀମାରେ ଟାଟା ପାୱାରର ଜୁଲୁମ, ମରୁଡି ସମୟରେ ୬୦ଟି ବୋରୱେଲର ବିଦ୍ୟୁତ କାଟ

କଳାହାଣ୍ଡି, ୧୭/୦୯ : କଳାହାଣ୍ଡି ଜିଲ୍ଲା
କୋକସରା ବ୍ଲକ ଅନ୍ତର୍ଗତ ଦିନକୁ ଦିନ ଟିପିଡବ୍ଲୁଡିଏଲର ବିଦ୍ୟୁତ ଉପଭୋକ୍ତାଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସରକାର ଅଣ ଜଳସେଚିତ ଚାଷ ଜମିକୁ ଜଳସେଚନ କରିବା ପାଇଁ ଡିପ୍ ବୋରୱେଲ, ଏଲ୍ଆଇ ପଏଣ୍ଟ ଯୋଗାଇ ଦେଉଛନ୍ତି । ଅନ୍ୟପଟେ ଟାଟା ପାୱାର ଚାଷୀଙ୍କ ସରଳତାର ସୁଯୋଗ ନେଇ ମନଇଚ୍ଛା ବିଲ ଆଦାୟ ସହିତ ଅନେକ ଲୋକଙ୍କ ଠାରୁ ଅର୍ଥ ନେଇ ରସିଦ ଦେଉନଥିବା ମଧ୍ୟ ଅଭିଯୋଗ ଉଠିଛି । ସେହିପରି କୋକସରା ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ବିଦ୍ୟୁତ ବିଭାଗର ଜୁଲୁମ ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଚାଷୀ ମାନେ ଡିପ୍ ବୋରୱେଲ, ଏଲ୍ ଆଇ ପଏଣ୍ଟ ମାଧ୍ୟମରେ ଜଳସେଚନ କରି ନିଜର ଫସଲକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେଭଳି ସମୟରେ କୋକସରା ସେକ୍ସନର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଲେଇ ଅଞ୍ଚଳର ଅନେକ ଚାଷୀଙ୍କୁ ବିଭିନ୍ନ ସମୟରେ ବ୍ୟାପକ ଭାବେ ହଇରାଣ ହରକତ କରି ମାନସିକ ଅତ୍ୟାଚାର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗୋତୋମୁଣ୍ଡା, ଖଲିଗଡ, ମହିମା, ସିର୍ଲିଗୁଡା, ବଡକେନ୍ଦୁଗୁଡା ତଥା ଆଖ ପାଖ ଗାଁରେ ଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ବୋରୱେଲ ଓ ଏଲ୍ଆଇ ପଏଣ୍ଟର କରେଣ୍ଟ ଶୁକ୍ରବାର ଦିନ ବିଚ୍ଛିନ୍ନ କରି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଟାଟା ପାୱାର କର୍ମଚାରୀଙ୍କ ଦ୍ଵାରା ସାଧାରଣ ଗରୀବ ଗ୍ରାହକଙ୍କୁ ଶୋଷଣ ତଥା ମାନସିକ ଅତ୍ୟାଚାର କରିଆସୁଥବା ବେଳେ ମନ ଇଚ୍ଛା ମାସିକ ବିଲ ହେଉଥିବା, ବକେୟା ବିଲ ୫୦ ପ୍ରତିଶତ ଦାବି କରାଯାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଅଛି।