Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର ପୁରୁଷ ସହ ଶାରୀରିକ ସଂପର୍କ ରଖି ଏହାକୁ ଦୁଷ୍କର୍ମ କହି ପାରିବେ ନାହିଁ ବିବାହିତ ମହିଳା: ହାଇକୋର୍ଟ

ରାଞ୍ଚି: ପର ପୁରୁଷ ସହ ଶାରୀରିକ ସଂପର୍କ ରଖି ଏହାକୁ ଦୁଷ୍କର୍ମ କହି ପାରିବେ ନାହିଁ ବିବାହିତ ମହିଳା। ଏହା କହିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଜଣେ ବିବାହିତ ମହିଳାଙ୍କ ପକ୍ଷରୁ ଦାୟର ଦୁଷ୍କର୍ମ କେସକୁ ଏହା କହି ଖାରଜ କରିଛନ୍ତି ଯେ, ମହିଳା ଜଣକ ପର ପୁରୁଷ ସହ ଶାରୀରିକ ସଂପର୍କ ରଖିବାର ପରିଣାମ ବିଷୟରେ ଜାଣିଥିଲେ। କୋର୍ଟ ଏହା ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ, ଅଭିଯୁକ୍ତ ମହିଳା ଜଣଙ୍କୁ ଭ୍ରମିତ କରାଇ ଶାରୀରିକ ସମ୍ବନ୍ଧ ରଖିବାକୁ ସହମତ କରାଇଥିଲେ। ବିଚାରପତି ସୁଭାଷ ଚନ୍ଦ ଦୁଷ୍କର୍ମ କେସକୁ ଅଗ୍ରାହ୍ୟ କରିଛନ୍ତି, ଯେଉଁଥିରେ ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଛି।

ଲାଇଭ ଲର ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଚନ୍ଦ କହିଛନ୍ତି, ପୀଡ଼ିତା ୨୦୧୮ରେ ବିବାହ କରିଥିଲେ। କିନ୍ତୁ ଅଭିଯୁକ୍ତ ଅଭିଷେକ କୁମାରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତା ବଡ଼ ଥିଲେ ଏବଂ ବିବାହିତ ମଧ୍ୟ ଥିଲେ। ଅନ୍ୟ ପୁରୁଷ ସହ ଶାରୀରିକ ସଂପର୍କ ରଖିବାର ପରିଣାମ ବିଷୟରେ ମଧ୍ୟ ପରିଚିତ ଥିଲେ। ଅଭିଯୋଗକାରୀ ଏହା କହି ପାରିବେ ନାହିଁ ଯେ, ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଯୌନ ଶୋଷଣ କରାଯାଇଛି। ହାଇକୋର୍ଟରେ ସେନସର କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା।

ମହିଳା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ତାଙ୍କ ସହ ପ୍ରଥମେ ବନ୍ଧୁତା କରିଥିଲେ ଏବଂ ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ। ଏହି କଥା ବାହାରେ ପ୍ରଘଟ ନ କରିବାକୁ ଚାପ ପକାଇଥିଲା। ଏହା ପରେ ପାଠପଢା ପାଇଁ ଅନ୍ୟତ୍ର ଚାଲି ଯାଇଥିଲା। ପରେ ଅନ୍ୟ କୌଣସି ମହିଳାଙ୍କୁ ଅଭିଯୁକ୍ତ ବିବାହ କରିଥିଲା। ଏହା ସତ୍ତ୍ଵେ ବି ଅଭିଯୁକ୍ତ ମୋ ସହ ଶାରୀରିକ ସମ୍ପର୍କ ରଖି ଚାଲିଲା। ଅଭିଯୋଗକାରୀ ମହିଳା ୨୦୧୯ରେ ନିଜ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ସାରିଥିଲେ। ୨୦୨୦ରେ ଉଭୟ ବିବାହ କରିଥାନ୍ତେ, କିନ୍ତୁ କୋଭିଡ୍ କଟକଣା ଯୋଗୁଁ ଏମିତି ହୋଇ ପାରି ନଥିଲା। ମହିଳା ଅଭିଯୋଗ କରିଛନ୍ତି ଯେ, ଏହି ସମୟରେ ବି ସେ ଅଭିଯୁକ୍ତଙ୍କ ସହ ଶାରୀରିକ ସଂପର୍କ ରଖି ଚାଲିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ