Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Patanjali Ghee Raid: ଛତ୍ରପତି ସମ୍ଭାଜୀନଗରରେ ପତଞ୍ଜଳି ଗୋଦାମରେ FDA ଚଢ଼ାଉ, ୨୦.୨୦ ଲକ୍ଷ ଟଙ୍କାର ଘିଅ ଜବତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ପତଞ୍ଜଳି ବ୍ରାଣ୍ଡର ଗାଈ ଘିଅରେ ଅପମିଶ୍ରଣ ଅଭିଯୋଗକୁ ନେଇ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଚଢ଼ାଉ କରିଛି। ସୁନ୍ଦରୱାଡ଼ି ଅଞ୍ଚଳର କେମ୍ବ୍ରିଜ୍‌ ସ୍କୁଲ ନିକଟରେ ଥିବା ପତଞ୍ଜଳିର ଏକ ଗୋଦାମରେ ଏହି ଯାଞ୍ଚ କରାଯାଇଥିଲା।

ଚଢ଼ାଉ ସମୟରେ FDA ଟିମ୍‌ ଗୋଦାମରୁ ୨୦ ଲକ୍ଷ ୨୦ ହଜାର ୧୯୦ ଟଙ୍କା ମୂଲ୍ୟର ଘିଅ ଜବତ କରିଛି। ଜବତ ଘିଅ ମଧ୍ୟରେ ୧ ଲିଟର ଓ ଅଧା ଲିଟରର ହଜାର ହଜାର ପ୍ୟାକେଟ୍‌ ରହିଥିବା ସୂଚନା ମିଳିଛି।

ପତଞ୍ଜଳିର ଗାଈ ଘିଅରେ ଅପମିଶ୍ରଣ ହୋଇଥିବା ଅଭିଯୋଗ ଆଧାରରେ FDA ଏହି ପଦକ୍ଷେପ ନେଇଛି। ତେବେ ଜବତ ଘିଅର ନମୁନା ପରୀକ୍ଷା ଓ ଯାଞ୍ଚର ଚୂଡ଼ାନ୍ତ ରିପୋର୍ଟ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories