Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବହାଲ ରାମଲୀଲା,ଆଜି ହେଲା ରାବଣ ବରଣ

ସମ୍ବଲପୁର :ପଡିଆବାହାଲ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେଉଥିବା ରାମଳୀଲା ପାଇଁ ଆଜି ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କୁଚିଣ୍ଡାର କୁସୁମୀ ଅନ୍ତର୍ଗତ ଅଁଳାପୋଷି ଗ୍ରାମର ବରିଷ୍ଟ କଳାକାର ବିଭୂତି ପଟେଲ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଏଥିପାଇଁ ଆଜି ପଡିଆବାହାଲ ଦୂର୍ଗାପୂଜା କମିଟି ପକ୍ଷରୁ ଆନୁଷ୍ଠାନିକ ଭାବେ ରାବଣ ମହାରାଜଙ୍କ ବାସଭବନକୁ ଯଥାରୀତିନିତି ଅନୁଯାଇ ବରଣ କରାଯାଇ ପଡିଆବାହାଲକୁ ପାଛୋଟି ଅଣାଯାଇଥିଲା।ପ୍ରାରମ୍ଭରେ ଅଁଳାପୋଷି ଗ୍ରାମ ଦେବୀଙ୍କ ଠାରେ ପୂଜାର୍ଚନା କରି ଏକ ବର୍ଣ୍ଣାଢ୍ୟ ଗ୍ରାମ ପରିକ୍ରମା ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ଗପୂଜା କମିଟି ପକ୍ଷରୁ ଉପସଭାପତି ଆଶତୋଷ ପଣ୍ଡା,ଅଶୋକ କୁମାର ପୁରୋହୀତ,ଡା.ରାଜାରାମ ଷଡଙ୍ଗୀ ଓ ହରେକୃଷ୍ଣ ମହାପାତ୍ରଙ୍କ ସହିତ ଅଁଳାପୋଷି ଓ କୁସୁମି କଳା ଓ କଳାକାର ସଂଘ ପକ୍ଷରୁ ବିଭୁତି ପଟେଲ,ସୁରି ମହାକୁଡ,ଚନ୍ଦ୍ରଭାନୁ ନାଏକ,ଶ୍ରୀକାନ୍ତ ପଟେଲ,ସୁଜ୍ଞାନୀ ପଟେଲ,ଭାରତୀ ପଟେଲ,ବୈଷ୍ଣବୀ ପଟେଲ,ଲିଲିମା ପଟେଲ,ଉପେନ୍ଦ୍ର ପଟେଲ,ମାନସ ରଞ୍ଜନ ମହାକୁଡ,ବଂଶିଧର ପ୍ରଧାନ,ସଞ୍ଜିବ ପଟେଲ,ପ୍ରଶାନ୍ତ ପଟେଲ,ଶଙ୍କର ମହାଣା ଓ ସନାତନ ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ।ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଇଁ ଅଧିକ ଆକର୍ଷଣୀୟ କରାଯିବ ବୋଲି ସଭାପତି ସୁବୋଧ କୁମାର ବେହେରା ସୂଚନା ଦେଇଛନ୍ତି।