Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ଟ୍ରକ ମୁହାଁମୁହିଁ ଧକ୍କାରେ ୩ ମୃତ ୬ ଗୁରୁତ୍ୱର

କଳାହାଣ୍ଡି, ୨୦/୦୯ : ଗତ କାଲି ଟ୍ରକ୍ ଅଟୋ ମୁହାଁମୁହିଁଧକ୍କାରେ ୩ ମୃତ ୬ ଆହତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଠକୁରା ଗ୍ରାମର ଗୋଟିଏ ପରିବାର ର ୯ ଜଣ ଲୋକ କଲମପୁର ଦେଇ ଏକ ଅଟୋ ଯୋଗେ ଧର୍ମଗଡ଼ ଛିଲପା ଗ୍ରାମ କୁ ଯାଉଥିବା ବେଳେ ଜୁନାଗଡ଼ ପଟୁ ଆସୁଥିବା ଏକ ଦୃତଗତି ଟ୍ରକ ଧକ୍କା ଦେଇଥିଲା ଅଟୋ ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା ଦୁର୍ଘଟଣା ଘଟିଥିବା ଜାଣିବା ପରେ ସ୍ଥାନୀୟ ଲୋକେ ଓ କଲମପୁର ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତା ରେ କଳମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ହିଁ କୃଷ୍ଣ ଚନ୍ଦ୍ର ନାଏକ (୨୫) ପିତା- ମହେଶ୍ୱର ନାଏକ, ପଦୁସର ନାଏକ (୫୫) ଓ ଅମୃସର ନାଏକ (୪୫)ପିତା-ବଳି ନାଏକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ କାଠକୁର ଗ୍ରାମର ଅମୃସର ନାଏକ ନିଜ ପରିବାର ର ପଦୁସର ନାଏକ , କୃଷ୍ଣ ଚନ୍ଦ୍ର ନାଏକ , ଅମୃସର ନାଏକ, ମିଥୁନ ନାଏକ, ସୁବର୍ଣ୍ଣ ନାଏକ , ସୁଷମା ନାଏକ , କୁନ୍ତଳା ନାଏକ ଏବଂ ଜଣେ ଶିଶୁ ସନ୍ଦୀପ ନାଏକ ଏକ ଅଟୋ ସହାୟତାରେ ଧର୍ମଗଡ଼ ନିକଟ ଛିଲପା ଗ୍ରାମ କୁ ପ୍ରାୟ ସକାଳ ୧୦ଟା ସମୟରେ ଯାଉଥିବା ବେଳେ ବଙ୍କାପଲା ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ