Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାମରା ଗାଁରେ ନୂଆଁଖାଇ ଭେଟଘାଟ୍

ସୁନ୍ଦରଗଡ଼ ବଡ଼ଗାଁ ପାମରା,ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଘରେ ଘରେ ପାଳନ ହେଉଥିବା ବେଳେ ଆଜି ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ପାଳିତ ହୋଇଯାଇଥିଲା ଅନୁଷ୍ଠାନ ତରଫରୁ ସାରା ସମ୍ବଲପୁରୀଆ ପଶ୍ଚିମାଞ୍ଚଲ ର ସମସ୍ତ ଙ୍କୁ ଶୁଭେଚ୍ଛା ବାର୍ତା ଦେଇଥିଲେ ପ୍ରତିଷ୍ଠାତା ସମ୍ପାଦକ ଟୋନିସ ରୋହିଦାସ, ତାଙ୍କ ସହ ଥିଲେ ଅନିଲ ରଣା, ବିକ୍ରମ କମାର, ଖାଣ୍ଡବ ରୋହିଦାସ,ବିଭୁତି ବାରିକ, ମିଳୁ ଖିଲାରି,ବିରଞ୍ଚି ଖିଲାରି, ତୀର୍ଥ ରଣା,ଅର୍ଜୁନ ରଣା, ମୌସମ ରାଉତ, ମୁକେଶ ଖିଲାରି,ବିକାଶ ଖିଲାରି, ଦେବାଶିଷ ବାରିକ, ସମୀର ବାରିକ, ଅମିତ ଖିଲାରି,ଏବଂ ଗାଁ ର ବହୁ କର୍ମକର୍ତା ଙ୍କର ଦ୍ୱାରା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା!
. ପଶ୍ଚିମ ଓଡିଶା ର ମୁଖ୍ୟ ପର୍ବ ଏବଂ ଚାଷୀ ଭାଇ ଙ୍କର ପାଇଁ ଗୋଟେ ଖୁସିର ଦିନ ଯାହା ଇଷ୍ଟଦେବି ମା ସମଲେଇ ଙ୍କର ପାଖରେ ପ୍ରଥମେ ପୂଜାର୍ଚନା କରିବା ନୂଆ ଭୋଗ ଲଗାଯାଏ,ତାପରେ ନୂଆ ଖାଇଥାନ୍ତି. ପଶ୍ଚିମାଞ୍ଚଲ ରୁ ବାହାରେ ରହୁଥିବା ଅନେକ ପଶ୍ଚିମାଞ୍ଚଲ ବାସି ଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଦେଇଥିଲେ!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ