Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଶିକ୍ଷା ରଥକୁ ସମ୍ବର୍ଦ୍ଧନା

ସମ୍ବଲପୁର:ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଭାରତ ଯାତ୍ରା ଶିକ୍ଷା ରଥ ଆଜି ସମ୍ବଲପୁରରେ ପହଞ୍ଚିଛି । ସମ୍ବଲପୁର ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଜିଲ୍ଲା ସ୍କୁଲ ଛକ ଠାରେ ସ୍ୱାଗତ କରାଯାଇଥିଲା।ଏହା ପରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର(ପାଠାଗାର) ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା !ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାମ ଅବତାର ପାଣ୍ଡେ,ରାଜ୍ୟ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ବବୃବାହନ ଭୋଇ,ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜୋସ୍ନାମୟୀ ଦାଶ,ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ର ସମ୍ପାଦକ ଝରଣା ରାଣୀ ହରିପାଳ,ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ରାଜ୍ୟ ଅନିତା ମେହେର,ଉପେନ୍ଦ୍ର ସ୍ୱାଇଁ, ମାଳା ଦଇରିଆ, ରଞ୍ଜିତା ସେଠ,ସୁଜାତା ସ୍ବାଇଁ, ପ୍ରଫୁଲ୍ଲ ସାହୁ, ସୀତାରାଣୀ ବେହେରା,ନବୀନ ନନ୍ଦ, ରଂଜୁବାଲା ପଟ୍ଟନାୟକ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ରଞ୍ଜୁ ରାଣୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।ପ୍ରକାଶ ଥାଉକି ଏହି ରଥ ଭାରତର ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା,ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ,ତାମିଲନାଡୁ, କେରଳ, ପଣ୍ଡିଚେରୀ, ଆନ୍ଦ୍ରପ୍ରଦେଶ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିଆନା, ପଞ୍ଜାବ, ଜମ୍ମୁ, ହିମାଳୟ ପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟ ପରିଭ୍ରମଣ କରିବାର ପ୍ରସ୍ତାବ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ