ଓଡିଶାର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ୍

ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ସ୍ଥାନ ପାଇଁଛନ୍ତି।ସେ ହେଉଛନ୍ତି ପ୍ରମିଳା ମଲ୍ଲିକ। ନିର୍ଦ୍ୱନ୍ଦ୍ୱରେ ସେ ନିର୍ବାଚିତ ହୋଇ ଓଡିଶାର ଟେକ ରଖିଛନ୍ତି।ଏହି ନିର୍ବାଚନରେ ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ପ୍ରମିଳା ନିର୍ବାଚିତ ହୋଇ ଓଡିଶାର ପ୍ରଥମ ବାଚସ୍ପତି ତାଲିକାରେ ସ୍ୱର୍ଣ୍ଣାକ୍ଷର ରଖିଛନ୍ତି। ଓଡିଶାର ପ୍ରଥମ ତାଲିକାରେ ନାମ ରଖିବା କମ ଲୋକଙ୍କ ଭାଗ୍ୟରେ ଥାଏ। ଏହି ତାଲିକାରେ ରାଜସ୍ୱ ଭଳି ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରମିଳା ଓଡିଶା ଇତିହାସରେ ନୂଆଁ ନାଁ ରଚିଛନ୍ତି ।