Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍କୁଲ ୧୯୮୩ ବେଚ ଶିକ୍ଷାର୍ଥୀଙ୍କ ନୁଆଁଖାଇ ଭେଟଘାଟ

ସମ୍ବଲପୁର:ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ସମ୍ବଲପୁର ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ ର ୧୯୮୩ ବ୍ୟାଚ ଶିକ୍ଷାର୍ଥୀ ଆଜି କ୍ଷୁଦ୍ର ଜଳସେଚନ ବିଭାଗୀୟ ବିଶ୍ରାମାଗୃହ ଠାରେ ଏକାଠି ହୋଇଥିଲେ l ନୁଆଁଖାଇ ଭାଇଚାରାର ପର୍ବ।ଭାତୃତ୍ୱର ମହତ୍ୱ ବହନ କରୁଥିବା ଏହି ଗଣପର୍ବକୁ ଆଗାମୀ ଦିନରେ ଏକ ଆନ୍ଦୋଳନରେ ପରିଗଣିତ କରିବାକୁ ଏକତ୍ରିତ ହୋଇଥିବା ବନ୍ଧୁମିଳନରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଭେଟଘାଟ କାର୍ଯ୍ୟକ୍ରମରେ ସୂର୍ଯ୍ଯ ପାଣିଗ୍ରାହୀଙ୍କ ସହିତ ରାମାନୁଜ କର, ଡାକ୍ତର ଗିରିଶ ବେହେରା, ବିମଲେଶ ପତି, ଅଧ୍ୟାପକ ଅଶୋକ ମହାନ୍ତି, ଚନ୍ଦ୍ର ଶେଖର ପାଢ଼ୀ, ସଞ୍ଜୟ ମିଶ୍ର, ତପନ ଗୁରୁ, ମହମ୍ମଦ ସିରାଜ, ରାଜୀବ ଶତପଥି, ପ୍ରଣବ ଭୋଳ,ବିଶ୍ୱଜିତ ନାୟକ, ଇ. ଅଶୋକ ଦାସ, ବୀରେନ୍ଦ୍ର ଗୁରୁ,ସତ୍ୟଜିତ ରାଏ,ଆଇନଜୀବୀ ପ୍ରଭାତ ମହାପାତ୍ର, ବିଜୟ ମହାନ୍ତି, କୃଷ୍ଣଚନ୍ଦ୍ର ମେହେର, ଗୋପାଳ ପୃଷେଠ, ସଂଜୀବ ପାଢ଼ୀ ପ୍ରମୂଖ ସହପାଠୀ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ