Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ଟାଉନ ଦୁର୍ଗାପୂଜା କମିଟିର ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ପୂଜା ।

ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ମାଁ ଦୁର୍ଗା ପୂଜା ଉପଲକ୍ଷେ ମୃତ୍ତିକା ପୂଜା କରାଯାଇଛି। ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ତରଫରୁ ପାଳନ କରାଯାଉଥିବା ଦୁର୍ଗାପୂଜା ଅବସରରେ ଗତକାଲି ସୁଭଖୁଣ୍ଟି ସ୍ଥାପନ କରାଯାଇଥିବା ବେଳେ ଆଜି ମୂର୍ତ୍ତି ନିର୍ମାଣ ପାଇଁ ବଂଶଧାରା ନଦୀରୁ ମୃତ୍ତିକା ସଂଗ୍ରହ କରି ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ମୂର୍ତିକାଙ୍କୁ ମହାଡ଼ମ୍ବରରେ କମିଟିର ସଦସ୍ୟ ମାନେ ଦୁର୍ଗାପୂଜା ମଣ୍ଡପରେ ପହଞ୍ଚି ମୂର୍ତ୍ତିକା ସ୍ଥାପମ କରିଥିଲେ। ଆଜିଠାରୁ ମାଙ୍କ ଦିବ୍ୟ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି କହିଛନ୍ତି। ଏହିବର୍ଷ କମିଟିର ଉପସଭାପତି କେଦାର ସାହୁ ପୂଜାର କର୍ତା ଭାବେପୂଜା କାର୍ଯ୍ୟକ୍ରମ କରିବେ ବୋଲି କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ