ଲାୟନ୍ସ କ୍ଳବରେ ପଶ୍ଚିମ ଓଡିଶା ସ୍ତରୀୟ କ୍ୟାରେମ ପ୍ରତିଯୋଗିତା

ସମ୍ବଲପୁର:ସ୍ଥାନୀୟ ଲାୟନ୍ସ କ୍ଳବ ପରିସରରେ ସ୍ୱର୍ଗତ ସୁମିତ୍ରା ମେମୋରିଆଲ ଦ୍ଵିତୀୟ ପଶ୍ଚିମ ଓଡ଼ିଶା ସ୍ତରୀୟ କ୍ୟାରେମ ପ୍ରତିଯୋଗିତା ୨୦୨୩ ଗତକାଲି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। । ଦଲେଇପଡା କାଳିବାଡିର କରମାପୁଜା କମିଟି ଓ ଗାନ୍ଧୀ ମନ୍ଦିର ଯୁବକ ସଂଘ ପକ୍ଷରୁ ମିଳିତ ଭାବରେ ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ, ସୁନ୍ଦରଗଡ଼,ନୂଆପଡା, ସୁବର୍ଣ୍ଣପୁର, ବଲାଙ୍ଗୀର,ଵୈ।ଦ୍ଦ ଜିଲ୍ଲା ରୁ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ଦୁଇଦିନିଆ ପ୍ରତିଯୋଗିତା ରେ ମୂଖ୍ୟ ଅତିଥି ଭାବରେ ବିଜେଡି ସମ୍ବଲପୁର ଜିଲ୍ଲା ପୁର୍ବତନ ସଭାପତି ଡକ୍ଟର ପ୍ରମୋଦ ରଥ, ବିଜୁ ଯୁବ ଜନତା ର ରାଜ୍ୟ ସାଧାରଣ ସଂପାଦକ ହିରାଲାଳ ବେହେରା , ସାମାଜିକ କର୍ମୀ, ଅଶ୍ଵିନୀ କୁମାର ପାଢ଼ୀ ପ୍ରମୁଖ ଉଦଘାଟନି ଅବସରରେ ମଞ୍ଚାସିନ ଥିଲେ। ଏଇ ପ୍ରତିଯୋଗିତା କୁ ଆୟୋଜକ ବିଜୁ କଲେତ,,ମିଳନ ବନଛୋରଙ୍କ ସମେତ ସମସ୍ତ ଆୟୋଜକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।