Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱପ୍ନ ଦେଖ,କର୍ମଠ ହୁଅ,ଠିକ୍ ନିଷ୍ପତ୍ତି ନିଅ:ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବ ପ୍ରସ୍ତୁତି କାର୍ଯକ୍ରମ

ସମ୍ବଲପୁର:ଆଜି ଜିଲ୍ଲା ସ୍କୁଲ ନିକଟସ୍ଥ ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ପଞ୍ଚବିଂଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ପରେ ଆଜିର ପ୍ରଥମ ଅଧିବେଶନ ର ପ୍ରଶିକ୍ଷିକ, ଶିକ୍ଷାବିତ୍ ରାଜେନ୍ଦ୍ର କୁମାର ପଣ୍ଡା ମିଶାଇଲ ମେନ୍ ଅବଦୁଲ କାଲାମଙ୍କ ଜୀବନୀ ଉପରେ ଆଲୋଚନା କରି ପିଲାଙ୍କୁ କାଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚରିତ୍ରବାନ୍ ଉଚ୍ଚକାଂକ୍ଷୀ ଓ କର୍ମଠ ହେବାକୁ ଆହ୍ବାନ ଦେଇ ଦେଶକୁ ଭଲ ପାଇବାକୁ ଉପଦେଶ ଦେଇ କାଲାମ ଙ୍କ ଜୀବନ ର ବିଭିନ୍ନ ପ୍ରମୁଖ ଘଟଣାବଳୀ ଉଲ୍ଳେଖ କରିଥିଲେ। ଦ୍ଵିତୀୟ ଅଧିବେଶନକୁ ଆରମ୍ଭ କରି ବଲଙ୍ଗୀର ଟ୍ରେନିଂ କଳେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ଖାଡଙ୍ଗା ନିଷ୍ପତ୍ତି କୌଶଳ ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ଜୀବନରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଖୁବ୍ ସତର୍କ ହେବାକୁ ଆହ୍ବାନ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମ ରେ ଭୁଲ ନିଷ୍ପତି ମଣିଷ ଜୀବନରେ କେତେ ମାରାତ୍ମକ ହୋଇପାରେ ତାହା ଦର୍ଶେଇ କୌଣସି ନିଷ୍ପତି ନେବାପୂର୍ବରୁ ଚିନ୍ତା କରିବାକୁ କହିଥିଲେ।ଆଜିର କାର୍ଯ୍ୟକ୍ରମ କୁ ଡ.ଗିରିଧାରୀ ହୋତା ପରିିଚଳନା କରିଥିଲେ। କାର୍ଯକ୍ରମରେ ପ୍ରଫେସର .ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରଫେସର ମୂରଲୀଧର ପ୍ରେମନଥ ନାୟକ, ପ୍ରଫେସର ରବିନାରାୟଣ ମିଶ୍ର ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଡ଼. ଜୟଦେବ ମେହେର,ଗୋଳକ ବିହାରୀ ମିଶ୍ ,ଉଦିତ ଚନ୍ଦ୍ର ପାଟଯୋଷୀ, ବିଭୂତି ନାରାୟଣ ମାଝୀ,ଗୋପୀନାଥ ମିଶ୍ର,ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଅଭିନନ୍ଦନ ତ୍ରିପାଠୀ, ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସାହଯ୍ୟ ପ୍ରଦାନ କରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୦ ଟି ହାଇସ୍କୁଲ ରୁ ୩୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ