ନୂଆଦିଲ୍ଲୀ ଉତ୍ସବରେ ମହାନଦୀ ପୁରସ୍କୃତ

ସମ୍ବଲପୁର, “ମହାନଦୀ” ପ୍ରଥମ ଓଡ଼ିଆ ପ୍ରାମାଣିକ ଚଳଚିତ୍ର ଭାବରେ ଦିଲ୍ଲୀରେ ପୁରସ୍କୃତ ହୋଇଛି l ଆୟୋଜିତ ଚତୁର୍ଥ ନଦୀ ଉତ୍ସବ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା l ଆଜି ଏହାର ଉଦଯାପନୀ ସମାରୋହରେ ଚଳ ଚିତ୍ର ଟିମ ପକ୍ଷରୁ ନିର୍ମାତା ଡ଼. ଅଶୋକ କୁମାର ପଣ୍ଡା ଅତିଥି ମାନଙ୍କ ଠାରୁ ପ୍ରଶସ୍ତି ପତ୍ର ଏବଂ ସ୍ମାରିକା ଗ୍ରହଣ କରିଥିଲେ ଳ ଏଥି ସହିତ ପଚିଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l
ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ), କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ ଗତ କିଛି ବର୍ଷ ଧରି ‘ନଦୀ ଉତ୍ସବ’ ଆୟୋଜନ କରିଆସୁଛି।
ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଏହି ଚଳଚିତ୍ର ଉତ୍ସବ ପାଇଁ ଚଳଚ୍ଚିତ୍ର ଉପସ୍ଥାପନ କରିଥିଲେ l , ସେଥିମଧ୍ୟରୁ ବାର ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା | ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ “ମହାନଦୀ – କବିଙ୍କ କଳ୍ପନାରେ ନଦୀ” ମନୋନୀତ ହୋଇଥିଲା |
ମହାନଦୀ ଚଳଚିତ୍ର ର ପ୍ରଦର୍ଶନ ସମୟରେ ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଏହି ଚଳଚ୍ଚିତ୍ରର ଗବେଷକ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଚିବ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ।
ସମ୍ବଲପୁର:”ମହାନଦୀ” ପ୍ରଥମ ଓଡ଼ିଆ ପ୍ରାମାଣିକ ଚଳଚିତ୍ର ଭାବରେ ଦିଲ୍ଲୀରେ ପୁରସ୍କୃତ ହୋଇଛି l ଆୟୋଜିତ ଚତୁର୍ଥ ନଦୀ ଉତ୍ସବ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା l ଆଜି ଏହାର ଉଦଯାପନୀ ସମାରୋହରେ ଚଳ ଚିତ୍ର ଟିମ ପକ୍ଷରୁ ନିର୍ମାତା ଡ଼. ଅଶୋକ କୁମାର ପଣ୍ଡା ଅତିଥି ମାନଙ୍କ ଠାରୁ ପ୍ରଶସ୍ତି ପତ୍ର ଏବଂ ସ୍ମାରିକା ଗ୍ରହଣ କରିଥିଲେ ଳ ଏଥି ସହିତ ପଚିଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l ଦିଲ୍ଲୀ ବିଶ୍ଵନବିଦ୍ୟାଳୟର ପୂର୍ବତନ କୂଳପତି ପ୍ର. ପି ସି ଯୋଶୀ ପୁରସ୍କାର ବିତରଣ କରିଥିଲେ l