Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରିରେ ପ୍ରଥମ ଶ୍ରେଣୀ ଅଦାଲତ ନିର୍ମାଣ

ଗୁଡ଼ାରୀରେ ପ୍ରଥମ ଶ୍ରେଣୀ ଅଦାଲତ ନିର୍ମାଣ ନିମନ୍ତେ ରବିବାର ଦିନ ରାୟଗଡା ଜିଲ୍ଲା ଜର୍ଜ ସତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସ୍ଥାନ ଚିହ୍ନଟ କରାଯାଇଛି। ସହର ନିକଟସ୍ଥ ବାମୁଣିଡ଼ଙ୍ଗର ରାସ୍ତାର ନିର୍ମାଣଧିନ ପାଣି qଟାଙ୍କି ନିକଟରେ ତିନିଏକର ଜମିରେ ଅଦାଲତ ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇଛି।ଗୁଡାରି ତହସିଲଦାର ଭାରତୀ ଦେବୀ, ରେଜିଷ୍ଟ୍ରର ରାୟଗଡା ଦେବୀଜ୍ୟୋତି ମହାପାତ୍ର, ଗୁଡ଼ାରି ରାଜସ୍ୱ ନିରୀକ୍ଷକ ଦେବେନ୍ଦ୍ର ହିମିରିକା, ଆଇନଜୀବୀ ରମେଶ ଲିମା, ବ୍ଲକ ଲିଗାଲ ଆଡ଼ଭାଇଜର ଜଗଦୀଶ ଚନ୍ଦ୍ର ଗମାଙ୍ଗ, ବ୍ଲକ ବି ପି ଏମ ମାନସ ବାରିକ, ତହସିଲ କର୍ମଚାରୀ ଦୋରା ବାବୁ, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ଥାନ ଚିହ୍ନଟ ପ୍ରକ୍ରିୟା ସମ୍ପାଦିତ କରିଥିଲେ। ଗୁଡ଼ାରୀ ଅଞ୍ଚଳ ବାସୀ ଏହି କାର୍ଯ୍ୟ ନିମନ୍ତେ ଗୁଣୁପୁର ଯିବାକୁ ପଡୁଥିଲା ।ଏଣୁ ଗୁଡ଼ାରୀରେ ଅଦାଲତ ସ୍ଥାପନ ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ଶାସକ ଦଳନେତା ମାନଙ୍କ ଠାରେ ବାରମ୍ବାର ଦାବୀ କରି ଆସୁଥିଲେ। ଏ ସମ୍ପର୍କରେ ସ୍ଥାନୀୟ ବିଜେଡି ଦଳର ନେତାମାନେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ଜଣାଇଥିଲେ। ଶ୍ରୀ ସାରକାଙ୍କ ଚେଷ୍ଟାରେ ଗୁଡାରିରେ ଅଦାଲତ ନିର୍ମାଣ ହେବା ନେଇ ଜାଗା ଚିହ୍ଣଟ ହୋଇଥିବାରୁ ଅଞ୍ଚଳ ବାସୀ ଏବଂ ବିଜୁ ଜନତା ଦଳ ଗୁଡାରୀରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଆଇନ ମନ୍ତ୍ରୀ ଶ୍ରୀ ସାରକା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର ଦାସଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ