Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍, କହିଲେ- ଜନତା ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ

ଭୁବନେଶ୍ଵର: ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସିଏମଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ବାବଦରେ ଉତ୍ତର ରଖିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କ ଅଞ୍ଚଳର ବହୁ ସମସ୍ୟା ସମାଧାନ ହୋଇଥିବାରୁ ସେମାନେ ଖୁସି ହେବା କଥା। କିନ୍ତୁ ଲୋକଙ୍କ ସମସ୍ୟା ସମାଧାନକୁ କାହିଁକି ବିରୋଧ ହେଉଛି ମୁଁ ବୁଝି ପାରୁନି। ଏଭଳି ବିରୋଧ ଜନବିରୋଧୀ ଅଟେ। ଲୋକମାନେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ।

ଏହା ସହିତ କହିଛନ୍ତି ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ଵ ଦିଏ। ଗତ ୬ ମାସ ମଧ୍ୟରେ ୧୯୦ଟି ଜାଗାରେ ୫୭ ହଜାର ୪୪୨ ଅଭିଯୋଗ ଅଣା ଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩,୫୩୬ ଅଭିଯୋଗର ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ଵଚ୍ଛ ଓ ବୈଷେୟିକ ଜ୍ଞାନକୌଶଳରେ ପରିଚାଳିତ ହୋଇଛି। ୨/୩ ମାସରେ ଦୀର୍ଘ ଦିନରୁ ପଡ଼ିଥିବା ସମସ୍ୟାର ସମାଧାନ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହେଲିକପ୍ଟର ବ୍ୟବହାର ନେଇ ସ୍ପଷ୍ଟୀକରଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୩ଟା ଭିତରେ ଦିନକରେ ୩ରୁ ୫ଟା ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ ବର୍ଷ ସମୟ ଲାଗିଥାନ୍ତା। ବିଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟରରେ ମାସକୁ କୋଟିଏରୁ ଦେଢ କୋଟି ଟଙ୍କା ଚର୍ଚ୍ଚା ଖର୍ଚ୍ଚ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ