Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଡେପୁଟି କମିଶନରଙ୍କ ସହିତ ଅଭିଭାବକ ମଣ୍ଡଳୀର ସାକ୍ଷାତ ଆଲୋଚନା I

ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ଡେପୁଟି କମିଶନର ଶ୍ରୀହରନ ବୋଷ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ସମ୍ବଲପୁର ଗସ୍ତ କରିଥିଲେ I ଏହି ଅବସରରେ ଅଭିଭାବକ ମଣ୍ଡଳୀର ସଭାପତି ସରୋଜ ଦେଓ, ସରୋଜ ସାହୁ ଏବଂ ଦୁଲାଲ ଚନ୍ଦ୍ର ରାୟ ଡେପୁଟି କମିଶନର ଶ୍ରୀ ହରନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ସାକ୍ଷାତ ଆଲୋଚନା କରିଥିଲେ I ବିଦ୍ୟାଳୟରେ ଚୁକ୍ତି ଭିତ୍ତିକ ପରିବର୍ତ୍ତେ ନିୟମିତ ଦେଇ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା, ସମ୍ବଲପୁରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ଯୁକ୍ତ ୨ ରେ କଳା ବିଭାଗ ଖୋଲିବା, ବିଦ୍ୟାଳୟକୁ ଏକ ପାୱାର ବେକ୍ ସିଷ୍ଟମ ପ୍ରଦାନ କରିବା, ପରିଷ୍କାର ପରିଚ୍ଛନତା ପ୍ରତି ଗୁରୁତ୍ୱ ଦେବା, ସୁରକ୍ଷିତ ପାନୀୟ ଜଳ ସୁବିଧା ଉପଲବ୍ଧ କରିବା, ବିଦ୍ୟାଳୟର ଆଉ ଏକ ବିଭାଗ ଖୋଲିବା, ଭିତ୍ତି ଭୂମି ର ବିକାଶ କରିବା, ଅଗ୍ନିଶମ ନିରାପତ୍ତା ସୁନିଶ୍ଚିତ କରିବା, ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ରାସ୍ତାରେ ଭାରି ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଏକ ଆବର୍ଜନା କୁଣ୍ଡ ନିର୍ମାଣ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା I ଏହି ସାକ୍ଷାତ ଆଲୋଚନା ସମୟରେ ବିଦ୍ୟାଳୟର ପ୍ରିନସିପାଲ ଡ଼ଃ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ପ୍ରିନସିପାଲ ମନିସ୍ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ