Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର

ସମ୍ବଲପୁର(କୁସୁମି):ଆଜି କୁଚିଣ୍ଡ ବ୍ଲକ ଅନ୍ତର୍ଗତ ତେଲିତିଲେଇମାଲ ପଞ୍ଚାୟତର ଡନସେନାଡିହି ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ନାବାର୍ଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ସୋସିଆଲ ଏକ୍ସନ ଫର ରୁରାଲ କମ୍ୟୁନିଟି(ସାର୍କ) ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ପ୍ରଥମରେ ସାର୍କ ସଂପାଦକ ଅଶୋକ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ତାଲିମ ଦାତା ଜୀବର୍ଦ୍ଦନ କ୍ଷେତୀ,ବିଭୁତି ପଟେଲ,ସିଏଚଓ ଶୀଳ୍ପା ଛଞ୍ଛାାଣ, ଏଏନଏମ ବାସୁମତି ପ୍ରଧାନଙ୍କ ସହିତ ଡାକ୍ତର ରାଜାରାମ ଷଡଙ୍ଗୀ ଜୀବନ ଶୈଳୀ,ଖାଦ୍ୟ ପେୟ,ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ଗ୍ରାମବାସୀ ସଚେତନ କରାଇଥିଲେ। ଏହାପରେ ଡା.ଷଡଙ୍ଗୀଙ୍କ ପରାମର୍ଶରେ ଆୟୋଜିତ ଚିକିତ୍ସା ଶିବିରରେ ୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହାକୁ କାର୍ଯ୍ୟକ୍ରମ ପରିଚାଳକ ଅଭିମନ୍ୟୁ ବାଗ ଓ ସିଆରପି ରମେଶ କେରକେଟା ପ୍ରମୂଖ ପରିଚାଳନା କରିଥିଲେ ।ସେହିପରି ଓରାମ ନିକତିମାଲ ଠାରେ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା ସହିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ