Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ଖୁଦୁରୁକୁଣୀ ଓଷା, ଭଜନ କୀର୍ତନରେ ମଜାନେଲେ ଦର୍ଶକ

ଚିପିଲିମା,୨୫/୦୯ ଖୁଦୁରୁକୁଣୀ ଓଷା ଅବସରରେ ସମ୍ବଲପୁର ବୁର୍ଲାଥାନା ବିଭିନ୍ନ ଗାଁ ମାନଙ୍କରେ ଖୁଦୁରୁକୁଣୀ ଓଷା ଉଦଯାପିତ ହୋଇଯାଇଛି।ଖୁଦୁରୁକୁଣୀ ଓଷା ଭାଦ୍ରବ ମାସ ପ୍ରଥମ ରବିବାର ଆରମ୍ଭ ହୋଇଥାଏ।ଗାଁ ଗାଁ ରେ ଗାଁର ଝିଅମାନେ ଏହି ଓଷାରେ ଭାଗନେଇଥିବାବେଳେ, ମାଙ୍କ ମୃଣ୍ମୟୀ ମୂର୍ତି ସ୍ଥାପନ କରି ରୀତିନୀତିରେ ପୂଜାକର୍ଯ୍ୟ ହୋଇଥିଲା।ଶେଷ ରବିବାର ଅର୍ଥାତ ଗତକାଲି ଗାଁ ଗାଁ ରେ ଖୁଦୁରୀକୁଣୀ ଓଷା ରୀତିନୀତିରେ ଉଦଯାପିତ ହୋଇଯାଇଥିବାବେଳେ, ପ୍ରତ୍ୟେକ ସ୍ଥାନରେ ଭଜନ ,କୀର୍ତ୍ତନ, କୃଷଗୁରୁ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ଆଜି ମାଁ ଙ୍କ ଭଷାଣି ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି।