Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଲୀ ରେ ଅଭିନିତ ହେଉଛି ଧୁମ୍ ଧାମରେ କଂସ ଦରବାର ସହିତ କୃଷ୍ଣ ଲୀଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଂଚାୟତ ର କୁମାରକେଳି ଗ୍ରାମ ଏବେ ପାଲଟିଛି ମଥୁରାନଗରୀ l ଶିବଶକ୍ତି କ୍ଲବ , ମେହେର ପଡ଼ା , କୁମାରକେଳି ଆନୁକୂଲ୍ୟରେ 26 ତମ ଗଣେଶ ପୂଜା ମହୋତ୍ସବ ପାଳିତ ହେଉଥିବାବେଳେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି କଂସ ଦରବାର ଓ କୃଷ୍ଣ ଲୀଳା l ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ଏବଂ ମହଦା ସରପଞ୍ଚ ଶ୍ରୀମତୀ ଆନନ୍ଦିନୀ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତ 21 ତାରିଖ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହର୍ଷଉଲ୍ଲାସ ରେ ପାଳିତ ହୋଇଥିବା ବେଳେ ତା 22.09.2023 ଠାରୁ ପ୍ରତ୍ୟହ ସନ୍ଧ୍ୟା 7 ଟା ରୁ 12 ଟା ପର୍ଯ୍ୟନ୍ତ ପାଳିତ ହେଉଛି କଂସ ଦରବାର ଓ କୃଷ୍ଣ ଲୀଳା l ତୃତୀୟ ସନ୍ଧ୍ୟା ରେ ପୁତନା ନିଧନ ସମ୍ବାଦ ପାଇ ମର୍ମାହତ ହୋଇଛନ୍ତି ମହାରାଜ କଂସ l ଦେବର୍ଶୀ ନାରଦ ଙ୍କ ପରାମର୍ଶ କ୍ରମେ ଅଷ୍ଟମଲ୍ଲ ପ୍ରେରଣ କରିଛନ୍ତି ଗୋପପୁର କୁ l ସେପଟେ ଭଗବାନ ଶ୍ରୀକୃଷ୍ଣ କାଳୀୟ ଦଳନ କରି ଗୋପ ପୁର ବାସୀ ଙ୍କୁ ଆଶ୍ବସ୍ତି ଆଣି ଦେଇଛନ୍ତି l ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମ ତଥା ଆଖପାଖ ଗ୍ରାମ ରୁ କଳାକାର ମାନେ ଆସି ଅତି ସୁନ୍ଦର ଭାବେ ନିଖୁଣ ଚରିତ୍ର ରେ ଅଭିନୟ କରି ହଜାର ହଜାର ଦର୍ଶକ ଙ୍କୁ ବିଳମ୍ବିତ ରାତ୍ରୀ ଯାଏଁ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି l କଂସ ଭୂମିକା ରେ ଝସକେତନ ପଧାନ ନିଜ ର ସଂଳାପ ଓ ଅଭିନୟ ମାଧ୍ୟମରେ ଏ କାର୍ଯ୍ୟକ୍ରମ କୁ ଜୀବନ୍ତ କରିବାରେ ସମର୍ଥ ହୋଇଛନ୍ତି l ଦ୍ଵିତୀୟ ଏବଂ ତୃତୀୟ ସନ୍ଧ୍ୟା ରେ ରାଜ ଅତିଥି ଭାବେ ଯୋଗଦାନ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଝସକେତନ ବଘାର , ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୁର୍ତ୍ତିବାସ ମିଶ୍ର , ମହୋତ୍ସବ ର ବରିଷ୍ଠ ମାର୍ଗଦର୍ଶକ ପ୍ରଦୀପ କୁମାର ଶତପଥୀ , ଗୌର ଚରଣ ସାହୁ , ବିଜୟ ପଧାନ , ବରଗଡ ଧନୁ ଯାତ୍ରା ର ଜଣେ ବର୍ଷିଆନ କଳାକାର ଅଇଁଠୁ ସାହୁ , ଓଟିଭି ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର ହୋତା , ଏଡି ମିଡ଼ିଆ ର ନମିତା ହୋତା ଯୋଗ ଦେଇଥିବା ବେଳେ ତୃତୀୟ ସନ୍ଧ୍ୟା ରେ ରାଜ ଅତିଥି ଭାବେ ଯୋଗ ଦେଇଥିଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ , ଭାରତୀୟ ଜନତା ପାର୍ଟି ପୂର୍ବତନ ଅନୁସୂଚିତ ଜାତି ଜିଲ୍ଲା ସଭାପତି ବଳରାମ ସୁନା , ସାଂସଦ ଙ୍କ ନୋମିନି ଶ୍ରୀମତୀ ନଳିନୀ ପଣ୍ଡା , ଆତ୍ମା ବୀରମହାରାଜପୁର ର ଅଧ୍ୟକ୍ଷ ଵିଵସ୍ପତି ପଣ୍ଡା , ଚମ୍ପାମାଲ ସମିତି ସଭ୍ୟ ଲଷ୍ମୀନାରାୟଣ ପୁରୋହିତ , ସମାଜ ସେବୀ ସୁରୁନାରାୟଣ ମହାକୁର , ଚମ୍ପେଶ୍ୱର ମିଶ୍ର ଓ ନିରୋଦ ପାଣ୍ଡେ l ପ୍ରତିଦିନ ମଞ୍ଚ ପରିଚାଳନା ଦାୟିତ୍ୱ ହୃଷିକେଶ ଚାନ୍ଦ ସମ୍ପାଦନ କରୁଥିବା ବେଳେ କ୍ଲବ ସଭାପତି ଛବିଳ ମେହେର , ସମ୍ପାଦକ ଅଜିତ ପଧାନ , ସକ୍ରିୟ ସଦସ୍ୟ ଶ୍ରୀମୁଖ ମେହେର , ନବୀନ ମେହେର , ରାଜେଶ ପଧାନ , ବଳରାମ ମେହେର , ପଦ୍ମଲୋଚନ ମେହେର , ବାମଦେବ ମେହେର , ସରୋଜ ସେଠି , ଧରଣୀ ପଧାନ , ସୁବ୍ରତ ସେଠି , କାଳିଆ ମେହେର , ତରଣୀ ପଧାନ , ଶଙ୍କର ମେହେର , ଉମାକାନ୍ତ ନାଏକ , ଉକିଲ ପଧାନ , ନିଗମାନନ୍ଦ ବେହେରା , ରାତ୍ର ପଧାନ , ବରୁଣ ସାହୁ , ମୁକୁନ୍ଦ ମେହେର , ସଂଜୀବ ମେହେର , ହରିଶଙ୍କର ମେହେର , ଫିରୋଜ ପଧାନ ଙ୍କ ସମେତ କ୍ଲବ ର ସମସ୍ତ ଯୁବ ସଦସ୍ୟ ଓ ଗ୍ରାମବାସୀ ଙ୍କ ସହାୟତା ରେ ସୁରୁଖୁରୁରେ ମହୋତ୍ସବ ଆଗେଇଚାଲିଛି l ଖଣ୍ଡହତା , ବହଲପଦର , ଚଡେଇପଙ୍କ , ମହଦା , ଭୁଦୋବର , ପlଲିଗାଁ , ଘମଣ୍ଡିଆପାଲି , ଗଣ୍ଡପାଲି, ପଣ୍ଡିଆପାଲି ଓ କୁମାରକେଳି ରୁ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକ ଙ୍କୁ ଭରପୁର ଆନନ୍ଦ ଯୋଗେଇବାରେ ସମର୍ଥ ହେଉଛନ୍ତି l ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କ୍ଲବ ସଭାପତି ସୂଚନା ଦେଇଛନ୍ତି l