ସମ୍ବଲପୁର-26/9/2023 (ରମାକାନ୍ତ ବିଶ୍ୱାଳ) ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ପ୍ରଥମେ ପୂର୍ବ ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ| ପରେ ବର୍ତ୍ତମାନ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ ପରବର୍ତ୍ତୀ ଯୋଜନା ସମ୍ପର୍କରେ ଅଧିକାରୀ ମାନଙ୍କୁ ପଚାରିଛନ୍ତି | ବୈଠକରେ ଜିଲ୍ଲାର ସମସ୍ତ ବିଡ଼ିଓ,ଏଇଇ, ଏପିଓ ସମେତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |ସମୀକ୍ଷା ବୈଠକରେ ମୁଖ୍ୟତଃ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଘର, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ, ଓରମାସ, ପାନୀୟ ଜଳ,,5 ଟି ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ, ଉଦ୍ୟାନ ବିଭାଗ, କୃଷି ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବିଦ୍ୟୁତ୍ ବିଭାଗ ରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା ସହିତ ବିଭିନ୍ନ ଅଭିଯୋଗ, ମୁଖମନ୍ତ୍ରୀ ସହାୟତା ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି | ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ବିଭିନ୍ନ ଯୋଜନା ବା ପ୍ରକଳ୍ପ କାର୍ଯ୍ୟକୁ ସମୟସୀମା ମଧ୍ୟରେ ସାରିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ମଲ୍ଲିକ, ବିଡିଓ କୁଚିଣ୍ଡା ସ୍ନେହା ଅରୁଗୁଲା,IAS,ରେଢ଼ାଖୋଲ, ବାମର ଡିଏଫଓ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ |
ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ.. ଧାର୍ଯ୍ୟ ସମୟ ମଧ୍ୟରେ କାମ ସାର – ଜିଲ୍ଲାପାଳ
