ଜିଲ୍ଲାପାଳଙ୍କ ଦ୍ୱାରା “ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ” ଶ୍ରେଣୀଗୃହ ଉଦଘାଟିତ।


ସମ୍ବଲପୁର-26/9/2023 (ରମାକାନ୍ତ ବିଶ୍ବାଳ) ଜିଲ୍ଲାପାଳ ଅନନ୍ୟା ଦାସ ଆଜି ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ” ଶ୍ରେଣୀ ଗୃହ ଉଦଘାଟନ କରିଛନ୍ତି | ଜାତୀୟ ଶିକ୍ଷାନୀତି 2020 ଅନ୍ତର୍ଗତ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି ନିମନ୍ତେ ଆଦର୍ଶ ଶ୍ରେଣୀ ଗୃହଟିକୁ ବିଭିନ୍ନ ଶିଶୁକେନ୍ଦ୍ରିକ ଉପାଦାନ ଯଥା ଭାଷାକୋଷ, ଗଣିତକୋଣ, ଅନୁସନ୍ଧାନ କୋଣ, ବାଲୁକାକୋଣ ଇତ୍ୟାଦି ଦ୍ୱାରା ସମୃଦ୍ଧ କରାଯାଇଛି | ଛାତ୍ରଛାତ୍ରୀ ମାନେ ଏହାଦ୍ୱାରା କଥନ, ପଠନ, ଲିଖନ, ଗଣନ ଇତ୍ୟାଦିରେ ଦକ୍ଷତାର ବିକାଶ ହେଇପାରିବ | ଏହି ଆଦର୍ଶ ଶ୍ରେଣୀଗୃହପରି ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ FLN ମଡେଲ କ୍ଲାସରୁମ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଛନ୍ତି |
ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାରାଣୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା, ଗୋଷ୍ଠୀ ଅଧିକାରୀ ସୁରେନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ରଜନୀକାନ୍ତ ଦାସ,ରାଜ୍ୟ ସାଧନ କର୍ମୀ ସୁବାସ ଚନ୍ଦ୍ର ସାହୁ, ଦିଲ୍ଲୀପ ଛତର, ନିହାର ରଞ୍ଜନ ପୁରୋହିତ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ସମଗ୍ର ଶିକ୍ଷାର ସଂଯୋଜିକା ପୁଷ୍ପଲତା ରାଉତରାୟ, ସମେତ ଅନୁପମା ମହାପାତ୍ର, ସଂଯୋଜକ ଅରୁଣ କୁମାର ଦାସ ଓ ଅଭିନାଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |