Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଜୀବିକା ମିଶନ ସଭାଗୃହରେ ସୂତନ୍ତ୍ର ଦକ୍ଷତା ଶିବିର ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ଥିତ ଓଡ଼ିଶା ଜୀବିକା ମିଶନ ସଭାଗୃହ ଠାରେ ସୂତନ୍ତ୍ର ଦକ୍ଷତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ନିଯୁକ୍ତି ବିଭାଗ ର ଅଧିକାରୀ ଅଜୟ କୁମାର ଦାଶ, ଓରମାସ ଜିଲ୍ଲା ଦକ୍ଷତା ସଂଯୋଜିକା କିରଣମୟୀ ମିଶ୍ର ଏବଂ ବ୍ଲକ ଏକାଉଣ୍ଟ ଅଫିସର ଋଷଭ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଜୀବିକା ମିଶନ ଅଧିକାରୀ ସରୋଜ ମିଶ୍ର ବୈଠକ କୁ ପରିଚାଳନା କରିଥିଲେ। ଏଥିରେ ମୋଟ ୮୬ ଜଣ ପ୍ରାର୍ଥୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।