Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ରୋଗ ଦିବସ ପାଳନ

ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ,ରାୟଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ୨୦୨୩ ଆଜି ରାୟଗଡା ଜିଲ୍ଲା ପ୍ରାଣୀଚିକିତ୍ସାଳୟରେ ପାଳନ କରାଯାଇଛି । ଏହି ଅବସରରେ ପୋଷା କୁକୁରଙ୍କ ପାଇଁ ଏକ ମାଗଣା ଜଳାତଙ୍କ ଟୀକାକରଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୦୦ ଗୋଟି ପୋଷାକୁକୁରଙ୍କୁ ମାଗଣା ଟିକା ଦିଆଯାଇଥିଲା। ତତ୍ ସହିତ ଜିଲ୍ଲା ପ୍ରଶିକ୍ଷଣ କକ୍ଷରେ ଏକ ବୈଷୟିକ କର୍ମଶାଳା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡ଼ିବନ୍ଧୁ ଭୋଇ ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ସେ ବିଶ୍ଵ ଜଳାତଙ୍କ ରୋଗ ଦିବସ ପାଳନର ଉଦେଶ୍ୟ ଓ ଜଳାତଙ୍କ ରୋଗ ‘ ସମସ୍ତଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ” ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତି ସ୍ଵଧାଦେବ ସିଂହ,ଜିଲ୍ଲାପାଳ ରାୟଗଡ ଯୋଗ ଦେଇ ୨୦୨୩ ମସିହା ସୁଦ୍ଧା ଦେଶକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କୁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡାକ୍ତର ଭି. ଲୋକନାଥ ରାଜୁ ,ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ରାୟଗଡ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଡାକ୍ତର ସ୍ଵାତୀ ଚୌଧୁରୀ , ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ, ରାୟଗଡ ଏବଂ ଡାକ୍ତର ପ୍ରିୟଦର୍ଶିନୀ ପାତ୍ର,ପ୍ରାଣୀ ଚିକିତ୍ସକ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସ। ସେବା,ପଦ୍ମପୁର ଜଳାତଙ୍କ ରୋଗର ଚିକିତ୍ସା ଓ ନିରାକରଣ ବ୍ୟବସ୍ଥା “ସମସ୍ତଙ୍କ ପାଇଁ ଏକ ସ୍ବାସ୍ଥ୍ୟ ” ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅଶୋକ ବେହେରା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାୟଗଡ, ଏବଂ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ